STORYMIRROR

Alok Jyoti Nayak

Tragedy Thriller

4  

Alok Jyoti Nayak

Tragedy Thriller

ବିଭୀଷିକା

ବିଭୀଷିକା

1 min
207

କଣ ଅବା ଜଣା ଥିଲା

ପୁଣି ଥରେ ଶବ ର ମେଳ ରେ

ରକ୍ତ ଭରା ଫୁଲିଲା ଶରୀର ରେ

କଷ୍ଟ ଭରା ଓ କରୁଣ କଣ୍ଠ ରେ

ମୋତେ ବଞ୍ଚାଇ ଦିଅ

ମୋ ପରିବାର ମୋ ଅପେକ୍ଷାରେ ।


ମୋ ରତ୍ନ ଅବା କାହିଁ

ନା କେତେ ଦିନୁ ସୁରିଲା କଣ୍ଠ ଶୁଣିଛି

ନା ମନ ଭରି ଟିକେ ଦେଖି ପାରିଛି

ସେ ସିନା ବିଦେଶ ଯାଇ ଟଙ୍କା ପଠାଇଛି

ମୁଁ ପରା ମାଆ

ଅନ୍ତର ର କୋହ କଣ ପାସୋରି ପାରୁଛି।


ଫଟୋ ଟିଏ ଧରି

ପୁଅ ମୋର ଗଲା କାହିଁ

ବକ୍ଷ କୁ ବାଡ଼େଇ ବାଡ଼େଇ

ଶବ ର ଏପାରି ସେପାରି

ପୁଅ ମୋର ଆସିଥିଲା

ବାପ ର କାନ୍ଧ ରେ ମଶାଣି ଯିବ ବୋଲି ।


କିଏ ଭେଣ୍ଡିଆ ପୁଅକୁ

ଆଉ କିଏ ବାପାର ଦେହାନ୍ତ ରେ

କିଏ ବିଧବା ପୁଣି ବିବାହ ର ପ୍ରାରମ୍ଭରେ

କେବେ ପୁଣି ଆଶ୍ରା ବାଡ଼ି ର ଶୋକରେ

ସହସ୍ର ପ୍ରାଣ ର ବିୟୋଗ

ନିମିଷକେ ସ୍ତବ୍ଧ ଲୌହ ଦାନବ ର ବିଖିରିତ ଶବ୍ଦରେ।


କେତେ ସ୍ବପ୍ନ ଥିଲା

ଆତ୍ମୀୟ ଙ୍କୁ ଭେଟିବି ମୁଁହି

ମୋ ଗାଁ ମୋ ଘର କୁ ଯାଇ

ରେଳର ଗତି ରେ ମନ ଉଚ୍ଛନ ହୋଇ

କିଏ ଅବା ଜାଣିଥିଲା

କଳା ରାତ୍ରି ରେ କାଳ ସତେ ଥିବ ଅନାଇ।


କିଏ ଏଠି ଦୋଷୀ

ସରକାର ଓ ସେଲିବ୍ରେଟି ଙ୍କ ପହଞ୍ଚ 

ହା ହା କାର ରେ ବାଲେଶ୍ଵର ରକ୍ତ ମୁଖରିତ

ଧନ୍ୟ ଆମ ନାୟକ ଦିନ ରାତି କାର୍ଯ୍ୟରତ

ଭୟରେ ମନ ଆଲୋଡନ

ସତେ ଅବା କାହାର କ୍ରୋଧରେ ଆମେ ଅଭିଶପ୍ତ।



Rate this content
Log in

More oriya poem from Alok Jyoti Nayak

Similar oriya poem from Tragedy