STORYMIRROR

Lipi Sahoo

Comedy

4  

Lipi Sahoo

Comedy

ବିବାହ ବାର୍ଷିକୀ

ବିବାହ ବାର୍ଷିକୀ

1 min
379

ବାଇଡଙ୍କଙ୍କ ମନ ଆଜି ଭାରି ଛନଛନ

ବିଛୁଆତି ସକାଳୁ ହୋଉଥାଆନ୍ତି ଖାଲି କନକନ

ଦୁହିଁଙ୍କର ଆଜି ବିବାହ ବାର୍ଷିକୀ ଚବିଶତମ


ଭାବିଲେ ଅତି ଧୂମଧାମରେ କରିବେ ପାଳନ

ବାହାରିଲେ ପହିଲେ କରିବାକୁ ଦିଅଁ ଦର୍ଶନ

ଶପଥ ନେଲେ ଆଜି କରିବେନି କିଛି କଳିଗୋଳ


ବିଛୁଆତି କହିଲେ ବିଷ୍ଣୁ ଇଷ୍ଟ ମୋହର

ପ୍ରଥମେ ନେବା ତାଙ୍କର ଆଶିର୍ବାଦ

ବାଇଡଙ୍କ କହିଲେ ନା ଆଗ ଶିବଶଙ୍କର


ଆରମ୍ଭ ହେଲା ଗୋଳର ପ୍ରଥମ ପରବ

ଆଗ କରିବେ କାହା ଦରଶନ ??

ଶପଥ କଥା ଭାବି ଦୁହେଁ ହୋଇଲେ ନୀରବ


ବୁଝାସୁଝା ହୋଇ ବାହାରିଲେ ଦେବୀ ମନ୍ଦିର

ବିଛୁଆତି କହିଦେଲେ ମାଡିବେନି ଆଜି ରନ୍ଧାଘର

ଏକାଥରେ ଫେରିବେ ସାରି ରାତ୍ରି ଭୋଜନ


ବାଇଡଙ୍କ ମନେମନେ କଲେ ଦାନ୍ତ କଡମଡ

କରିଦେବ ଖାଲି ସାରା ପକେଟ ମୋହର

ଦାନ୍ତ ନେଫେଡି କହିଲେ ଶିରୋଧାର୍ଯ ଆଦେଶ ତୁମ୍ଭର


ଘାଇଁଘାଇଁ କରି ବୁଲେଇବି ତୁମକୁ ସାରା ସହର

ଶହେ ଶହେ ରେ ଉଡେଇବି ସ୍କୁଟର ମୋ‌ହର

କଲେଜଟୋକା ସାଜି ଭାବିବି ତୁମେ ଷୋହଳ କି ସତର


ବ୍ରେକ କଷିଲେ ଦେଖି ମାଗଣା ଭୋଜନାଳୟ

ଭାବିଲେ ଶୁଭଦିନେ ଏହା କୃପା ଇଶ୍ୱର ଙ୍କର

ପେଟେ ଟାଙ୍କି ଦେଇଗଲେ ଚିକେନ ମଟନ


ମାଲିକ ଆସି କହିଲା ଦିଅ ଟଙ୍କା ପାଞ୍ଚଶହ

ବାଇଡଙ୍କ ବିଛୁଆତି ହେଲେ ରାଗରେ ତମତମ

ବାହାରେ ଲେଖିଛ କାହିଁକି ମଗଣା ଭୋଜନାଳୟ ???


ମାଗୁନି ମୁଁ ପଇସା ତୁମ ଖାଇବାର

ହେଲେ ଟଙ୍କା ତୁମକୁ ଦେବାକୁ ପଡ଼ିବ 

ଦୁଇଜଣ ଗରିବ ଭୋକିଲା ଙ୍କ ଭୋଜନର


ୟେ ସଂସ୍ଥା ଯୋଗାଏ ଗରିଵଙ୍କୁ ଆହାର

ଆପଣ ଦୁହେଁ ତ ଲାଗୁଛନ୍ତି ଥିଲା ବାଲା ଘରର

ଗରିବ ବି ଏଠି ଭରଣା ଭରେ କରି ଶ୍ରମଦାନ


ଲାଜରେ ଦୁହେଁ ହେଲେ ଜଡସଡ

ବଢାଇ ଦେଲେ କାଢି ଟଙ୍କା ହଜାର

ଆପଣଙ୍କ ମହତ କାମ ପାଇଁ ଏହା ଛୋଟ ଉପହାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy