STORYMIRROR

DILIP KUMAR SAHOO

Romance

2  

DILIP KUMAR SAHOO

Romance

ଭୁଲିଯିବାଟା ତ ଭଲ

ଭୁଲିଯିବାଟା ତ ଭଲ

1 min
165


ଭଲ ପାଇବାଟା ଭୁଲ୍ ଯଦି ହୁଏ

ଭୁଲିଯିବାଟା ତ ଭଲ

ଭୁଲିବା ଆଗରୁ ଭୁଲେଇ କାହିଁକି

କଲ ଏତେ କଲବଲ !

 

କଥା ଦେଇଥିଲ କଥା ରଖିବାକୁ

କଥାରେ ରହିଲା କଥା

କଥାଟିଏ ପାଇଁ ଚିରିଦେଲ ମୋର

ଦେଇଥିବା ସବୁ କଥା (ଚିଠି)

ଚିରିବା ଆଗରୁ ଚିରିଦେଲନାହିଁ

ପ୍ରିତିର ଅଲୁରା ଜାଲ

କଲ କିଆଁ କଲବଲ !


ମନାକରିଗଲ ମନେରଖିବାକୁ

ମାନି ମୁଁ ପାରୁନି ମନା

ମାନିଥାନ୍ତି ଯଦି ଜାଣିଥାନ୍ତି ତୁମେ

ହେବବୋଲି ଆନମନା

ମନ କିଣିଥିବା ମନକୁ କେମିତି

ମନରୁ ପାଶୋରି ଦେଲ?


ପ୍ରେମ ପରିମାପ ପରାସ(ଦୁଃଖ) ଅମାପ

ପରତେ ହେଉନି ମୋର

ପ୍ରିତି ପରିଭାଷା ପ୍ରତାରଣା ତୁମ

ପ୍ରତିଶ୍ରୁତି ପାଣିଗାର

ପରକରି ତୁମେ ପରଦେଶୀ ସାଥେ

ପରଦେଶେ ଚାଲିଗଲ

କରି ମୋତେ କଲବଲ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance