STORYMIRROR

Santosh Kumar Ojha

Classics Others

3  

Santosh Kumar Ojha

Classics Others

ଭକ୍ତିପୁଷ୍ପ-୨୯

ଭକ୍ତିପୁଷ୍ପ-୨୯

1 min
171



ନନ୍ଦର ନନ୍ଦନ

ଘନ ନବଘନ 

ଘେନି ବତ୍ସା ଗଲେ ଘୋର ବନସ୍ତ ,

ଅଇଲେଣି ଉଷା

ମାରନି ଗୋ ଠେସା

ଯିବା ଗୋ ଯମୁନା ଆସ ସଙ୍ଗାତ ।


କଦମ୍ବର ଛାଇ

ଡାକେ ରାଈ ରାଈ

କେମିତି ପାରନ୍ତି ରହିଲୋ ସହୀ ?

ଥିଲା ବାସି ପାଣି

ଢାଳିତ ଦେଲିଣି

ଯିବାକୁ ଯମୁନା ଉଚ୍ଛନ୍ନ ହେଇ ।


ଶାଶୁ ପଚାରନ୍ତି

କାହିଁକି ଏମିତି

ତରତର ହେଉ ତୁ ଭୁଆସୁଣୀ ,

ଘୁଞ୍ଚି ଯାଉଛି କି

ଶୁଖି ଯାଉଛି କି

ସରି ଯାଉଛି କି ଯମୁନା ପାଣି ?


କେମିତି କହିବି

କାହ୍ନୁକୁ ଭେଟିବି

ପାଣି ଆଣି ଯିବା ମିଛ ବାହାନା ,

ନଣନ୍ଦ ଚାହୁଁଛି

ବୁଝେ ବୋଲି କିଛି

ଚନ୍ଦ୍ରସେଣା ଡରେ କହି ପାରେନା ।


ନେହୁରା ହେଉଛି

ଗୁହାରି କରୁଛି

ଜୁହାର ହେଉଛି ଆସ ବାହାରି ,

ଏମିତି ନହେଉ

ଆମେ ଯାଉଁ ଯାଉଁ

ବିରସରେ କାହ୍ନା ନଆସୁ ଫେରି ।

        



Rate this content
Log in

Similar oriya poem from Classics