STORYMIRROR

Santosh Kumar Ojha

Classics Others

3  

Santosh Kumar Ojha

Classics Others

ଭକ୍ତିପୁଷ୍ପ-୨୩

ଭକ୍ତିପୁଷ୍ପ-୨୩

1 min
186


ଡରରେ ଡରରେ

ପ୍ରୀତିର ଡୋର ରେ

କାହ୍ନୁରେ ବାନ୍ଧିବି ରାକ୍ଷୀ ,

ପାହିଲାଣି ରାତି

ଆସ ଆସ ସାଥି

ଶାଶୁ କାଳେ ଦେବେ ଦେଖି ।

ଉଠିଲେ ନଣନ୍ଦ 

କରିବ ଫେରାଦ

ଚନ୍ଦ୍ରସେଣା ପାଶେ ଯାଇ ,

ରାକ୍ଷୀ ବାନ୍ଧିବାକୁ

ଯିବ ଯମୁନାକୁ

କାହ୍ନୁ ଯେଣୁ ତାର ଭାଇ ।

ସେ ଗଲେ ଯମୁନା

ମୋ ମନ କାମନା

କାମନାରେ ଯିବ ରହି ,

କହୁଛି ସେପାଇଁ

ଶୁଣ ଆଲୋ ସହୀ

ବେଳା ବେଳି ଚାଲ ଧାଇଁ ।

ବାଟ ସରୁ ସରୁ

ମୋ ଯିବା ଆଗରୁ

ବାନ୍ଧି ଦେଲେ ଆଉ କେହି ,

ହେଲେ କଲବଲ

ଲାଗିବ କି ଭଲ

କୁହ ଆଲୋ ପୋଡ଼ାମୁହିଁ ।

ଏକା ଏକା ବସି

ଯିବେ ଯଦି ରୁଷି

ତାଙ୍କୁ ବୁଝେଇବ କିଏ ?

ଯେତେ ବୁଝେଇଲେ

ବୁଝେ ନାହିଁ ଠୁଳେ

ଅଡ଼ୁଆ ସୂତାରୁ ଖିଏ ।

     



Rate this content
Log in

Similar oriya poem from Classics