ଭାବନାଞ୍ଜଳୀ
ଭାବନାଞ୍ଜଳୀ
ତୁମ ହାଡ଼ମାଂସ
କେତେକାଳୁ ମିଶିଲାଣି
ସୁଆଣ୍ଡୋ ମାଟିରେ
କିନ୍ତୁ ଦେଶର ସ୍ବରାଜ୍ୟ ପଥରେ
ଯେତେ ସବୁ ବଡ଼ ବଡ଼ ଗାଢ଼
ଆଜି ବି ଅପୁରା
ଖାଲ ଖମାରେ ଅପନ୍ତରା
ଖୋଜୁଛନ୍ତି ଆଉଜଣେ
ଉତ୍କଳମଣି
୯୬ ବର୍ଷ ପରେ ବି
ଦରଦୀ ମଉଡମଣୀ ଆସନ୍ତା କି ?
ତୁମ ବନ୍ଦୀର ଆତ୍ମକଥାର କେଇ ଧାଡି
କାଳଜୟୀ କାରା କବିତାର କିଛି ପଦାବଳି
ବର୍ଷକୁ ଦୁଇଥର ଖୋଜାପଡ଼େ
ଜୟନ୍ତୀରେ ଜନ୍ମତିଥିରେ
ଅକ୍ଟୋବର ୦୯ ତାରିଖରେ
ତିରୋଧାନ ଦିବସରେ ଜୁନ ୧୭ରେ
ଅନ୍ୟ ଦିନ ମାନଙ୍କରେ
ତୁମେ ଅଖୋଜା ଅଲୋଡ଼ା
ଗୁଲିମାର ତୁମ ଆଦର୍ଶ ଦେଶଭକ୍ତି
ସମାଜସେବା ଅନୁରକ୍ତି ।
ତୁମେ ସେଦିନ
ଜ୍ଵର ପିଡ଼ିତ ପୁଅକୁ ଛାଡି
ଧାଇଁ ଯାଇଥିଲ ବନ୍ୟା ବିପନ୍ନଙ୍କ ପାଇଁ
ନିଜ ଘର ଦ୍ଵାର ଜ୍ଞାତି ପରିବାର ଛିଞ୍ଚାଡି
ଆଜି ଲାଗେ
ସବୁ କପୋଳକଳ୍ପିତ ବ୍ୟତିକ୍ରମ
ପାଗଳ ମଣିଷର ମତିଭ୍ରମ
ସ୍ଵାର୍ଥ ସର୍ବସ୍ବ ତଥାକଥିତ ରାଜନେତା
ଅନ୍ଧଭକ୍ତିରେ ଆକ୍ତାମାକ୍ତା
ଖାଲି ଫଟୋ ଆଗରେ ପାଖରେ
ପ୍ଲାଷ୍ଟିକ ହସରେ ବିତରନ୍ତି
ମିଛ ଦେଶଭକ୍ତିର ଲମ୍ବା ଶଠତା ।
ତୁମ ରଙ୍ଗଛଡ଼ା ପ୍ରତିମୂର୍ତ୍ତି
ଆଜି ବି ଜଗୁଆଳି
ଛକରେ ପାର୍କରେ ମଙ୍ଗୁଆଳି
ବୈଶାଖ ବର୍ଷା ହେମନ୍ତ
ଶରତ ଶୀତ ବସନ୍ତ
ସହି ଚାଲିଛି ସେ ଜାଗ୍ରତ ପ୍ରହରୀ
ମୌନ ସନ୍ୟାସୀ ସେ ନୀରବ ପ୍ରତିହାରୀ ।
ଦୁଃଖଲାଗେ ଭାବିଲେ
ଓଡିଶା ମାଟିର ଦୁର୍ଭାଗ୍ୟ
ପଣ୍ଡିତ ଗୋପବନ୍ଧୁଙ୍କ ତ୍ୟାଗ ବଳିଦାନ
କ'ଣ ଦୁଇ ମିନିଟ ନୀରବ ପ୍ରାର୍ଥନାରେ ସିମୀତ ?
କ'ଣ ଫଟୋଚିତ୍ରରେ ଗେଣ୍ଡୁମାଳ ଗଳେଇ ପୁଷ୍ଫାଞ୍ଜଳୀରେ ସମାହିତ ?
କ'ଣ ଇଣ୍ଟରନେଟରୁ ଉତାରା ଭାଷଣ ବତ୍କୃତାରେ ବନ୍ଧିତ ?
ଯୁବପିଢୀ କହିବେ ନିଶ୍ଚୟ
ଆଶାୟୀ ଉତ୍ତର
ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ
ଦୀନ ହୀନ ଅକିଞ୍ଚନ ତରଫରୁ
ଅର୍ପଣ କରୁଅଛି
ଶବ୍ଦାଞଳୀ ଭାବନାଞ୍ଜଳୀ ।
