Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4.3  

Arjuni charan Behera

Inspirational Others

ଭାବେ ପଡ଼ିଥାନ୍ତି ବନ୍ଧା

ଭାବେ ପଡ଼ିଥାନ୍ତି ବନ୍ଧା

1 min
388



ମହାଭାରତର ଅମର ଚରିତ୍ର

ପାଞ୍ଚାଳ ରାଜ ନନ୍ଦିନୀ

ଦ୍ରୋଉପଦୀ ଦେବୀ ଯଜ୍ଞରୁ ସମ୍ଭବି

ନାମ ତାଙ୍କ ଯାଜ୍ଞସେନୀ l


ସ୍ୱୟଂବରେ ତାଙ୍କୁ ଫାଲ୍ଗୁନୀ ଜିଣିଲେ

ମତ୍ସ୍ୟ ଚକ୍ଷୁ ଭେଦ କରି

ଅପୂର୍ଵ ବସ୍ତୁକୁ ବୋଲିଦେଲେ ମାଆ

ଖାଅ ପୁତ୍ରେ ବାଣ୍ଟକରି l


ପାଣ୍ଡଵ ମହିଷୀ ପାଞ୍ଚ ପତି ବରି

କୁନ୍ତୀ ଦେବୀ ସେବା କାରୀ

ସଖ୍ୟ ପଣେ ପୁଣି ବାନ୍ଧି ରଖିଥିଲେ

ସଖା ପ୍ରଭୁ ଚକ୍ରଧାରୀ l


ଧରମ ବୁଡ଼ିଲା କୁରୁସଭା ତଳେ

ଦୁର୍ଯ୍ୟୋଧନ, ଦୁଃଶା ପାଜି

ଶକୁନି ମାମୁଁର କପଟ ପଶାରେ

ପାଞ୍ଚାଳୀ ଲାଗିଲେ ବାଜି l


କେଶ ଧରି ଦୁଃଶା ଘୋଷାଡ଼ି ଆଣିଲା

ବିବସନା କଲା ପୁଣି

ଆତୁରେ ସତ୍ଵରେ କୋଟି ବସ୍ତ୍ର ଦେଲେ

ଭାବଗ୍ରାହୀ ଚକ୍ରପାଣି l


ଦୁଃଶାସନ ପାପ ବାହୁକୁ ଉପାଡ଼ି

ପ୍ରତିଶୋଧେ ଭୀମସେନ

ପାଞ୍ଚାଳୀ ଉନ୍ମୁକ୍ତ କେଶ ରକ୍ତେ ତାର

ରଚିଲେ ବେଣୀ ବନ୍ଧନ l


ଶିଶୁପାଳ ବଧେ ଚକ୍ର ପେଷିଥିଲେ

ଚକ୍ରଧାରୀ ଆଣ୍ଟ କରି

କନିଷ୍ଠ ଆଙ୍ଗୁଠି କଟିଗଲା ତାଙ୍କ

ରୁଧିର ପଡ଼ିଲା ଝରି l


ଦ୍ରୌପଦୀ ବାନ୍ଧିଲେ ସଖାଙ୍କ ହାତକୁ

ପଣତ କାନିକୁ ଚିରି

ସେ ଋଣ ଶୁଝିଲେ ମହାପ୍ରଭୁ ପୁଣି

କୋଟି ବସ୍ତ୍ର ଦାନ କରି ।


ଭକତ ବତ୍ସଳ ପ୍ରଭୁ ଆଦିମୂଳ

ଭାବେ ପଡ଼ିଥାନ୍ତି ବନ୍ଧା

ପଦ୍ମ ପୟରରେ ତାଙ୍କ ଧ୍ୟାନ ଲଗା

ମାଡ଼ି ଆସେ କାଳ ସନ୍ଧ୍ୟା l


Rate this content
Log in

Similar oriya poem from Inspirational