Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବିରତ୍ନ ନୂତନ କୁମାର ବେହେରା

Inspirational

3  

କବିରତ୍ନ ନୂତନ କୁମାର ବେହେରା

Inspirational

ଭାରତ ଏ ମୋ ଭାରତ

ଭାରତ ଏ ମୋ ଭାରତ

1 min
163


ଭାରତ... ଏ ଦେଶ ମୋ ଭାରତ...

       ଗାଏ ତାର ଜୟଗୀତ 

ଧନ୍ୟ ମୁଁ ଏ ଦେଶେ ହୋଇ ଜାତ

      ଦେହେ ବହେ ତା ରକତ।୦।


ଯା'ର ତ୍ୟାଗ ନୀତି ଆଦର୍ଶ 

     କରେ ମୋତେ ଅନୁପ୍ରାଣିତ  

କୋଟିଏରେ ଗୋଟିଏ ଦେଶ

     ସାରା ବିଶ୍ଵରେ ଏ ବିଖ୍ୟାତ। 


ଯା' ମସ୍ତକେ ମୁକୁଟ ସମ 

       ଶୋଭାପାଏ ହିମାଳୟ  

ତିନି ଦିଗେ ମହାସାଗର 

       ସୁରକ୍ଷାର ମହାବଳୟ। 


ଭାରତ... ଏ ଦେଶ ମୋ ଭାରତ...

ଗଙ୍ଗା ଯମୁନା ସରସ୍ଵତୀ 

      ବକ୍ଷେ ତାର ଅମୃତ ଝର  

କେଦାର କାନ୍ତାର ତାହାର 

       ଦିଶଇ ସବୁଜ ସୁନ୍ଦର। 


ମୁନି ଋଷି ସାଧୁ ସନ୍ନ୍ୟାସୀ 

      ସୁର ବୀର ମହାପୁରୁଷ  

ଏ ଦେଶର ଗର୍ବ ଗୌରବ 

       ବଜାଇ ରଖିଛନ୍ତି ଯଶ। 


ଭାରତ... ଏ ଦେଶ ମୋ ଭାରତ....

ଦେବାଦେବୀଙ୍କ ପୂଣ୍ୟପୀଠ  

      ସଂସ୍କୃତିର କରେ ବିକାଶ  

ଶାସ୍ତ୍ର ବେଦ ଉପନିଷଦ 

     ଜ୍ଞାନ ଜ୍ୟୋତି କରେ ପ୍ରକାଶ। 


ମାତା ସୀତା ସାବିତ୍ରୀ ଦେବୀ 

      ମା' ମମତାର ନିର୍ଝରିଣୀ 

ବୈକୁଣ୍ଠ ସମ ପରିବାର 

      ଗଠନେ ସଦା ପୂଜାରିଣୀ। 


ଭାରତ... ଏ ଦେଶ ମୋ ଭାରତ...

ସେବାରେ ତାର ଥାଇ ରତ 

       ଜୀବନ କରିବି ସାର୍ଥକ 

ଅରଜି ଯଶ ମାନ କୀର୍ତ୍ତି 

     ରଖିବି ମୋ ଦେଶର ଟେକ। 

ଭାରତ... ଏ ଦେଶ ମୋ ଭାରତ... 



Rate this content
Log in

Similar oriya poem from Inspirational