Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kishore Nayak

Inspirational

3  

Kishore Nayak

Inspirational

ପାର୍ବଣ

ପାର୍ବଣ

1 min
190



ଏଇ ଦେଖ ଶରତ ଆସିଲାଣି 

ଆଲଟ ଚାମର ପ୍ରାୟେ ଶୁଭ୍ର କାଶତଣ୍ଡୀ 

ଧରା ଅଙ୍ଗେ ନୃତ୍ୟ ରତେ ସୁନ୍ଦର ଦିଶିଲାଣି 

ଏଇ ଦେଖ ଶରତ ଆସିଲାଣି l


ଦେଖ ହେ ଜଗତବାସୀ ଫେଡ଼ିଣ ନୟନ 

ମୃଦୁ ମଳୟର ସଙ୍ଗେ ନିର୍ମଳ ଗଗନ 

ହୋଇଛନ୍ତି ଏକଜୁଟ ବାଢିବାକୁ ଅଭ୍ୟର୍ଥନା 

ମା' ଆସୁଛନ୍ତି ପୁଣି ଏ ଧରା ଧାମକୁ 

ଆସରେ କରିବା ମିଶି ତାଙ୍କୁ ବନ୍ଦାପନା l


ତାଙ୍କ ଆଗମନେ ଧରା ହେବ ପୁଲକିତ 

ପୁଣ୍ୟ ଶ୍ଳୋକେ ବସୁନ୍ଧରା ହୋଇବ ପ୍ଲାବିତ

ଦୁଷ୍ଟ ଶକ୍ତି ଅନ୍ୟାଚାର ହେବ ସବୁ କ୍ଷୟ 

ଅସତ୍ୟ ଉପରେ ହେବ ସତ୍ୟର ବିଜୟ l


ଶାନ୍ତି ମୈତ୍ରୀ ଭକ୍ତି ଭାବେ ପ୍ଲୁତ ହେବ ମହୀ 

ଶାରଦୀୟ ସଦ୍-ଭାବନା ହୃଦେ ଯିବ ବହି

ଅହଂକାର ଗର୍ବ ଦ୍ୱେଷ ହୋଇବ ବିଲୟ 

ଅଧର୍ମ ଉପରେ ହେବ ଧର୍ମର ବିଜୟ l


ଯା ଦେବୀ ସର୍ବ ଭୂତେଷୁ ମନ୍ତ୍ରେ ଅଭିଭୂତ 

ଗଗନେ ପବନେ ମହୀ ହେବ ନିନାଦିତ

ଅନ୍ୟାୟ ଅନୀତି ଯେତେ ଦୂର ହେବ ଭୟ 

ପାପ ଉପରେ ହେବ ପୁଣ୍ୟର ବିଜୟ l


ମନ୍ଦଦୃଷ୍ଟି ଅପଚିନ୍ତା ପ୍ରବୃତ୍ତି ଅଭ୍ୟାସ 

ଯୋଗମାୟା ଦଶଭୁଜା କରିବେ ବିନାଶ

ସର୍ବସଂହା ମହାମାୟା ଜଗତ ଜନନୀ 

ଯୋଗେଶ୍ୱରୀ କାତ୍ୟାୟନୀ ଦୁର୍ଗତି ନାଶିନୀ l


ତାଙ୍କ ଆଗମନେ ଧରା ପାଇବ ମୁକତି 

ନାଗ, ନର, ଗନ୍ଧର୍ବ, କିନ୍ନର ଲଭିବେ ପ୍ରଶାନ୍ତି

ହେଲା ଆସି ଉପଗତ ଏଇ ପାର୍ବଣର ଋତୁ 

ଗାଅ ହେ ଜଗତବାସୀ, 

ଯା ଦେବୀ ସର୍ବ ଭୂତେଷୁ ଜୟ ମା' ଜୟ ତୁ ।



Rate this content
Log in

Similar oriya poem from Inspirational