Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Inspirational

3  

Pranati Mahapatra

Inspirational

ରକ୍ଷାବନ୍ଧନ

ରକ୍ଷାବନ୍ଧନ

1 min
143



ପବିତ୍ର ବନ୍ଧନ ଯେ ରକ୍ଷାବନ୍ଧନ ପର୍ବ ଓଡ଼ିଆ ଘରର ,

ଭାଇର ସୁରକ୍ଷା ଭଉଣୀର ରକ୍ଷା ଅଟେ ଯାହା ଅନ୍ତସ୍ବର ,

 ଶ୍ରୀକ୍ଷେତ୍ରେ ଶ୍ରୀମନ୍ଦିର

ବଡ଼ଭାଇ ବଳଦେବ ସାନଭାଇ ମଧ୍ୟେ ଭଗ୍ନୀ କି ସୁନ୍ଦର,

 ଗୋମାତା ପୂଜନ ଏ ଦିନର ।


ଭାଇଭଉଣୀଙ୍କ ବନ୍ଧନ ସୁଦୃଢ଼ ରାକ୍ଷୀ ପର୍ବ କରିଥାଏ,

ପାରମ୍ପରିକ ହିନ୍ଦୁ ପର୍ବ ଯେ ଗହ୍ମା ପୂର୍ଣ୍ଣିମା ବି କୁହାଯାଏ,

   ଭାଇ ହସ୍ତେ ଭଉଣୀ

ଭାଇର ଉଜ୍ଜଳ ଭବିଷ୍ୟତ କାମ୍ୟ ଭଉଣୀଟି କରିଥାଏ

   ଭଉଣୀକୁ ବି ସୁରକ୍ଷା ଦିଏ ।


ଚନ୍ଦନ ଓ ପୂଜା ସାଥୀ ହୋଇ ବସି କଥାବାର୍ତ୍ତା ହେଉଥିଲେ,

ରାକ୍ଷୀ ପୂର୍ଣ୍ଣିମାର ଗୂଢ କଥା ସବୁ ଆଲୋଚନା କରୁଥିଲେ,

   ଶୁଣ୍ ସୁନାଭଉଣୀ

ବୁଝାଇ କହିବି ପବିତ୍ର ବନ୍ଧନ କେ' କା' ପାଇଁ କରିଥିଲେ ,

  ଶୁଣ୍ ତାହା ମନଦେଇ ଭଲେ ।


ମୋ ସୁନା ଭଉଣୀ କହୁଅଛି ପୁଣି ତୋ ଆଗେ କଥା ରାକ୍ଷୀର,

ରକ୍ଷା ବନ୍ଧନର ଅନେକ ଘଟଣା ପୁରାଣ ଇତିହାସର,

  ବଳୀ ଯେ ହୁମାୟୁନ

ସିନ୍ଧୁର ଦୁଲଣୀ ବଳି ହସ୍ତେ ରାକ୍ଷୀ ବାନ୍ଧି ସୁରକ୍ଷା ସିନ୍ଦୁର,

  ଏହି ପର୍ବ ଅନେକ ଦିନର ।


ଅତ୍ୟାଚାରୀ ଶିଶୁପାଳ ବଦ୍ଧବେଳେ କୃଷ୍ଣାଙ୍ଗୁଳି କଟିଗଲେ,

ଯଜ୍ଞସମ୍ଭୁତା ଦ୍ରୋପଦୀ ପିନ୍ଧା ଶାଢ଼ୀ ଚିରି ହସ୍ତେ ବାନ୍ଧିଥିଲେ,

  ଭାଇଙ୍କୁ ରକ୍ଷା କଲେ

କୁରୁସଭା ତଳେ ବିବସନା କାଳେ କୋଟି ବସ୍ତ୍ର ଯାଚିଦେଲେ,

କୃଷ୍ଣାଙ୍କ ସମ୍ମାନ ରକ୍ଷା କଲେ ।


ମାସିଡୋନିଆର ସମ୍ରାଟ ଆଲେକଜାଣ୍ଡାର ରାକ୍ଷୀ ନିମିତ୍ତ,

ପ୍ରଥମ ଥର ପାଇଁ ରାଜା ପୁରୁଙ୍କ ଠାରୁ ଥିଲେ ପରାସ୍ତ,

   ତାଙ୍କ ପତ୍ନୀ ଯେ ଭଗ୍ନୀ

ଆଲେକଜାଣ୍ଡାର ପତ୍ନୀ ରାକ୍ଷୀ କରିଥିଲେ ପୁରୁଙ୍କୁ ପ୍ରେରିତ,

 ନ କଲେ ଭଗ୍ନୀ ପତି ନିହତ ।


ମିଠା ପିଠାପଣା ମହମହ ବାସ ଛୁଟୁଥାଏ ଆମ ଘରେ,

କୃଷ୍ଣ ଜ୍ୟେଷ୍ଠଭ୍ରାତ ବଳଦେବ ଜନ୍ମ ହୋଇଥିଲେ ଏ ତିଥିରେ,

  ଫୁଲ ଓ ଚନ୍ଦନରେ

ପୂଜା ହେବା ପରେ ପିଠାମିଠା ଭଗ୍ନୀ ଦିଏ ଭାଇଙ୍କ ପାଟିରେ ,

 ପାଳିବା ଖୁସିରେ ଘରେ ଘରେ ।




Rate this content
Log in

Similar oriya poem from Inspirational