ମୁଁ ନୁହେଁ ମୁଁ
ମୁଁ ନୁହେଁ ମୁଁ
ମୁଁ ନୁହେଁ ମୁଁ ତୁ ନୁହେଁ ତୁ
ଏଇ ଭାବଟି ଗୁପତ
ଯୁଗେଯୁଗେ ଥାଉ ତୋ,ମାେ କଥାଟି
ଏଇ ମଣିଷ ମହତ।।
ଗୁପତ ଗୋତ୍ରଟି ଅମୁହାଁ ସୂତ୍ରଟି
ଛାଟିପିଟି ହୁଏ ବାତ
ବାତାୟନ ଦେହେ ତୁମ ଭାବ ଶୋହେ
ଅକୁହା ଚୁମ୍ବେ ମୁହୂର୍ତ୍ତ।।
ଜୀବର ମୀଂମାଶା ଜୀବନ ଜିଜ୍ଞାସା
କାଳଜୟୀ ଗୁଣାବଳୀ
ଭାବରୁ ଗଳଇ ମୁଁ କାର ଦଳଇ
ତୁ,କରରେ ସର୍ବ ମିଳି।।
ଜୟଜୟକାର ବିଜୟ ଦୁର୍ବାର
ଥେଲେ ବିଶ୍ବାସ ଭାଜନ
ଭୋଜନ ଗଣଇ ସ୍ବାଦର ଓଜନ
ହେଲେ ପୀରତି ବ୍ୟଞ୍ଜନ।।
ଚମକେ ଚିକଣ ଭିତର ମୁହାଁଣ
ଉପରକୁ ସବୁ ଫମ୍ପା
ସମର୍ପଣ ଭାବ ଭାବଖଳା ଠାବ
ନାବିକ ତିଆରି ଗୁମ୍ପା।।
ମନ ମୋଟା ଛାଡି ଜ୍ଞନସରୁ କଢି
ଆପ୍ୟାୟିତ ସମାଦାନେ
ଶ୍ମସାନେ ବସିଲେ ଶବ ଆରାଧିଲେ
ଫୁଲିବକି ସୁଧାପାନେ।।
ନିଜର ନିଷ୍କର୍ଷ ବାରେ କର ଚାଷ
ମୁଁ,ନୁହେଁ ମୋର ମାତର
ତୁ ସର୍ବ ବୋଲିଣ କରୁଥା ମେଳଣ
ଭରି ଯିବଟି ଅନ୍ତର।।
ତୋତେ ତୁହି ରଖ ରଖିଦେଇ ବିକ
ବିକଳ ନ,ହୁଅ ବନ୍ଧୁ
ବନ୍ଧୁ ଭାବବହି ଆସିବେ ଗୋସାଇଁ
ମିଶିବୁ ବିଶ୍ବ ଅଳନ୍ଦୁ।।
ଜିହ୍ବାକୁ ସଂଯମ ବାକ୍ୟକୁ ପଞ୍ଚମ
ପଞ୍ଚତ୍ବ ଯିବଟି ଟଳି
ମୁଁ ନିମିତ୍ତ ମାତ୍ର ଗୁଣି ହେଲେ ଚିତ୍ତ
ସମ୍ପତ୍ତି ଯିବ ଉଛୁଳି।।
ଲୋଭ-ମୋହ-ମାୟା ବୁଡାଇବେ କାୟା
ମହାକାଳ ଫଳ ଥୋଇ
ତୁ ବୋଲିବାର କହି ଶିଖିଥିଲେ
ଅନ୍ଧାର ଯିବ ଦୂରେଇ।।
ମୁଁ ନୁହେଁ ମୁଁ,ସିନା ତୋର ଏ ଭାବନା
ମଣିଷ ପଣିଆ କଥା
ମାନବ ମାଧବ ହେଲେ ବୋଲାଇବ
ସୋ{ହଂ ଭଜ ପରମାଥା।।