STORYMIRROR

Sudhanjali Mishra

Tragedy

2  

Sudhanjali Mishra

Tragedy

ବେଦନା

ବେଦନା

1 min
341

ତୁମେ ଗଲାବେଳେ ବାପାଙ୍କୁ କହିଲ

ଲାଗିଲେ ତୁମର ଝିଅ ଓ ନାତି

ସେହି କଥା ରଖି ବୁଝିଥିଲେ ବାପା

ଗଲାଯାକେ ଦେଲେ ଅନେକ ପ୍ରୀତି

ତୁମ ଯିବା ଦୁଃଖ ଜଣାପଡିଲାନି

ବାପା,ମାଆ,ଭାଇ,ଭାଉଜ ପାଇଁ

ବାପା ଚାଲିଗଲେ ଯେବେ ଆରପାରି

ଲାଗେ ସବୁ ଶକ୍ତି ଗଲା ଉଭେଇ

ନିୟତିର ଖେଳ ଯିବା ଆସିବା ତ

ମରଣ ହିଁ ଚିର ସତ୍ୟ ହିଁ ଜାଣ

କାଳକୁ ରୋକିବା କାହାର ଆୟତ

ବୁଝେଇଲେ ମାତା ହୁଅ ତୁ ଟାଣ

ପିତା ଆଉ ତୁମେ ଚାଲି ଗଲା ପରେ

ପୁତ୍ର ମୁଖ ଦେଖି କାଟୁଛି କାଳ

କର୍ମ ହିଁ ଭରସା, ମନେ ଧରି ଆଶା

ତୁମ କଥା ଭାବି ବିତୁଛି ବେଳ

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy