STORYMIRROR

PURNA CHANDRA PANDA Purna

Action Classics Others

4  

PURNA CHANDRA PANDA Purna

Action Classics Others

ବଡ଼

ବଡ଼

1 min
405

ବଡ଼ ଜୀବନେ ହେବକି ତୁମେ ରଖିଛ ଇଚ୍ଛା ଶକ୍ତି

ବଡ଼ ଯଦିରେ ହୋଇବା ଇଚ୍ଛା ଗୁରୁଜନରେ ଭକ୍ତି l


ପୋଖରୀ ଦେଖି,ହ୍ରଦ ପରଖ ଲାଗିବ କେତେ ବଡ଼

ନଦୀଟି ବଡ଼ ହ୍ରଦର ଠାରୁ ତା'ଠୁ ସମୁଦ୍ର ବଡ଼ l


ପାହାଡ଼ ସାନ ପର୍ବତ ବଡ଼ ତା'ତରୁ ନଭ ବଡ଼

ତୃଣଠୁ ବଡ଼ ଦ୍ରୁମ ଜlଣରେ ଘରୁ ବଜାର ଭିଡ଼ l


ନହୁଏ ପିଲେ କେହି ଜୀବନେ ଢମ ଦେଖlଇ ବଡ଼

ଜୀବନେ ବଡ଼ ହେବାକୁ ବlବୁ କରିବା ଭଲ କାମ l


ଦେଶରୁ ବଡ଼ ମହାଦେଶଯେ ମହାଦେଶରୁ ପୃଥ୍ଵୀ

ନିଜଠୁ ବଡ଼ ସାଙ୍ଗ ଓ ମେଳ, ତହିଁରୁ ବଡ଼ ସାଥି ।


ଅସି ରୂ ବଡ଼ ଅଟଇ ମସୀ ଘୃଣାଠୁ ଅଟେ ପ୍ରେମ

ମାରିବା ଠାରୁ ତାରିବା ବଡ଼ ଆଳସ୍ୟ ଠାରୁ ଶ୍ରମ l


ଆମ୍ବବି ମିଠା, ଆଖୁବି ମିଠା ମହୁ ଆହୁରି ମିଠା

ମହୁଠୁ ମିଠା ଆମରି କଥା ବଶ ଅରାତି ଯଥା l


ରାଗ'ର ଠାରୁ ସହିବା ବଡ଼ ତାଠରୁ ବଡ଼ ଧୈର୍ଯ୍ୟ

ଧୈର୍ଯ୍ୟ ଠୁ ବଡ଼ ଅପେକ୍ଷା ପିଲେ ଅପେକ୍ଷା ଠାରୁ କାର୍ଯ୍ୟ l


କରିବା ବଡ଼ ମନେ ରଖିବା ଖାଲି କହିବା ଠାରୁ

ଧରିବା ବଡ଼ ମାରିବା ଠାରୁ ମିଛ ଠୁ ବଡ଼ ଭୀରୁ l


ବିନୟ ଭାବ ମହାନ ଅଟେ ଗରବ ଭାବ ସାନ

କ୍ଷମା ଯାହାର ଗୁଣ ପବିତ୍ର ପ୍ରତିଶୋଧ ଟି ହୀନ l


ଆପଣା ହିତ ପାସୋରିଦିଏ ଜଗତ ସୁଖ ପାଇଁ

ସତ କହୁଛି ବାଳକେ ଶୁଣ ତା'ଠୁ ବଡ଼ କେନାହିଁ l


ଦେହର ବଳୁ ଧନ ଟି ବଡ଼ ଧନ ବଳରୁ ମନ

ମନରେ ବଳ ଥିଲେ ବାବୁରେ ବିଜୟ ସବୁ ଦିନ l


Rate this content
Log in

Similar oriya poem from Action