STORYMIRROR

Manorama Mohanty

Abstract

3  

Manorama Mohanty

Abstract

ବଡ଼ ଠାକୁର

ବଡ଼ ଠାକୁର

1 min
325

ଅଣାକାର ଏଇ ବିଶ୍ଵ ବ୍ରହ୍ମIଣ୍ଡର 

   କାଳିଆ ବଡ଼ଠାକୁର 

ମହୋଦଧି ଯାର ଚରଣ ଧୁଅଇ 

   ହରଷରେ ନିରନ୍ତର 

ବଡଦାଣ୍ଡ ସିଏ ଯେଉଁଦାଣ୍ଡେ ତାର 

   ନନ୍ଦିଘୋଷ ଯାଏଗଡି 

ସବୁଠୁ ସୁଆଦ ତା ମହାପ୍ରସାଦ 

   ହେଉଥାନ୍ତି ଛଡାଛଡି 

କଳ୍ପବଟରେ ମୁଣ୍ଡମାରିଥିଲେ 

    କଷଣ ହୁଅଇ ଦୂର 

ବଡ଼ଦେଉଳର ବାରହାତ ନେତ 

   ଆକାଶକୁ ଛୁଇଁ ଉଡେ 

ପାଚେରୀ ତାହାର ମେଘନାଦ ଯିଏ 

    ଗୁରୁଗରଜନ ଏଡେ 

  ମହାବାହୁ ତାର ଚରଣରେ ମୋର 

     କୋଟି କୋଟି ନମସ୍କାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract