STORYMIRROR

Panchanan Jena

Inspirational

4  

Panchanan Jena

Inspirational

ବାସ୍‌ ଏତିକି -- ---

ବାସ୍‌ ଏତିକି -- ---

1 min
267

ଦିଆସିଲିର କାଠି ଗୋଟାଏ

ଆଉ ଘିଅ ଡବାଏ

କାଠ ଗୋଛାଏ

କିଛି ଘଣ୍ଟାରେ ପାଉଁଶ ମୁଠାଏ

ବାସ୍ ଏତିକି ସତ୍ୟ

ମଣିଷର ବାସ୍ତବତା ନିତ୍ୟ ।୧


ଵୟାନବେ ବର୍ଷରେ ବୁଢା ବାପା

କରୋନା କାଳରେ ପେନସନିଆ ବାପା

ହୃଦଘାତରେ ରୋଜଗାରିଆ ବାପା

ଚାଲିଗଲେ ରାତିରେ ଆରପାରିକୁ

ମରିଗଲେ ଶୀତ ରାତିରେ ଭୋର ବେଳକୁ

ସାରା ଜୀବନ ପରିବାର ପାଇଁ ଉତ୍ସର୍ଗ

ପାରିବା ପଣରେ ବନେଇଥିଲେ ଘରକୁ ଭୂସ୍ବର୍ଗ

କେହି କାନ୍ଦୁଥିଲେ ସୁକ୍ ସୁକି

କେହି ଲୁହ ଝରଉ ଥିଲେ ଆଖିଯାକି

କହୁଥିଲେ ବାସି ମଡ଼ା କାହିଁ କରିବ 

ସାନ ପୁଅ ବିଦେଶୁ ଡେରିରେ ଫେରିବ

ନେଇ ଯାଇ ଶିଘ୍ର କାମ ହିଁ ସାରିବ 

ବାସ୍ ଏତିକି ସତ୍ୟ

ମଣିଷର ବାସ୍ତବତା ନିତ୍ୟ ।୨


ଶବ ଉପରେ ନୂଆ ଧୋତିର ଚାଦର

ଦେଖୁଥିଲି ଟିକିନିଖି ସବୁ ଦୃଶ୍ୟର

ଶୁଣୁଥିଲି ସଂଳାପ ଅଭିନୟ ଖବର 

କତିପୟ ଜବରଦସ୍ତି ଆଉ ଦଳେ

ଜବରଦସ୍ତ କାନ୍ଦୁଥିଲେ ରାହାଧରି

ରହିଲା ନାହିଁ ତରିଗଲା

ସାତପର କରି ଚାଲିଗଲା

ସେବା କରିବାକୁ ମୌକା ଦେଲାନି

ହସୁ ହସୁ ଠିଆ ଠିଆରେ ବାପଛେଉଣ୍ଡ କଲା

ଏଗାର ଦିନ ଯାଏ ବାହୁନିବେ

ସ୍ମୃତି ରୋମନ୍ଥନ କରିଚାଲିବେ

ବାସ୍ ଏତିକି ସତ୍ୟ

ମଣିଷର ବାସ୍ତବତା ନିତ୍ୟ ।୩


କୋକେଇ ଉପରୁ ଚାହିଁଲି ତଳକୁ

ଚାରିକାନ୍ଧରୁ କଣେଇ ଦେଖିଲି ଗଙ୍ଗାକୂଳିଆଙ୍କୁ

ସଂକୀର୍ଣ୍ଣନ ହରେ ରାମ ହରେ କୃଷ୍ଣ ମଝିରୁ

ଖଇ କଉଡି ବିଂଚୁଥିବା ବେଳର ଦୃଶ୍ୟରୁ

ହାତଗଣତିରେ ମୁଁହଶୁଖେଇ ଚାଲିଥିଲେ ଦଳେ

ଆଉ କିଛି କୁରାଢ଼ି ଦାଉଲି ଧରି

ମାତାଲି ହଲି ଦୋହଲି ହଳେ

ମହାପାପୀ ଥିଲା ଜଳୁନି ଶବ

ଭସ୍‌ ଭସ୍ ବାହାରୁଛି ଜଳ ତାଣ୍ଡବ

ଧୂଆଁମୟ ପୋଡ଼ାଗନ୍ଧାରେ ଶ୍ମଶାନ ଖାଣ୍ଡବ

ଖପୁରି ଫଟେଇ ଦେବେ ବାଉଁଶ ଖେଞ୍ଚରେ

ଢୋ ଢ଼ା ଗଣ୍ଠି ଫୁଟିଯିବ ନିଆଁ ଆଞ୍ଚରେ

ବାସ୍ ଏତିକି ସତ୍ୟ

ମଣିଷର ବାସ୍ତବତା ନିତ୍ୟ ।୪


ପୁଅ ଡିଜିଟାଲ ଫଟୋ ବଂଧେଇ ଆଣିବ

ଧୂପ ଦୀପ ଜଳେଇବ

ଗେଣ୍ଡୁମାଳ ବି ଲଗେଇବ

ଶ୍ରଦ୍ଧା ସୁମନ ଅର୍ପଣ ପର୍ବ ଚାଲିବ

ଖବରକାଗଜରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଛାପିବ

ପରେ ପରେ କାନ୍ଥଟଙ୍ଗା ଫଟୋରେ ବାପା

ବୁଢିଆଣୀ ଜାଲ କି'ଏ କରିବ ସଫା

ବାସ୍ ଏତିକି ସତ୍ୟ

ମଣିଷର ବାସ୍ତବତା ନିତ୍ୟ ।୫


ଜୀବନ ସାରା ମୋର ମୋର

ନିଜ ପାଇଁ କମ୍ 

ପରିବାର ପାଇଁ ତରତର ହରବର

କେହି ସାଥୀ ହେବେନି ଯିବୁ ଖାଲି ହାତରେ

କାଠି ଖଣ୍ଡେ ନେବାର ସାମାର୍ଥ୍ୟ କାହିଁ 

ଶେଷଯାତ୍ରାରେ ମହାଯାତ୍ରାରେ

ବାସ୍ ଏତିକି ସତ୍ୟ

ମଣିଷର ବାସ୍ତବତା ନିତ୍ୟ ।୬



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational