Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanhita Rath

Tragedy

3  

Sanhita Rath

Tragedy

ବାର୍ଦ୍ଧକ୍ୟ

ବାର୍ଦ୍ଧକ୍ୟ

1 min
7.1K


ସମୟଟା ଭାରି ନିର୍ଦ୍ଦୟ

ଅନେକ ଅଭିଜ୍ଞତା , ଅନୁଭୂତି ସଂଗେ

ଗୁଡ଼ାଇ ଲୁଚାଇ ନେଇ ଆସେ

ବାର୍ଦ୍ଧକ୍ୟର ଉପହାର ,

ଦେଖୁଦେଖୁ ଯୌବନର ହସକୁ

ଢାଙ୍କି ପକାଏ ଝୁଲନ୍ତା ନିଃସ୍ପ୍ରଭ

ଚମ ତଳେ , ଆଉ ସମ୍ପର୍କଗୁଡାକୁ

ଛାତି ତଳେ ।

ମୁକୁଟ ବିହୀନ ସମ୍ରାଟ ସାଜି

ବାର୍ଦ୍ଧକ୍ୟ ମାଡିଚାଲେ ଦେହସାରା ।

ତା ଚାଲି ଆଉ କାହା

ପାଦ ସହ ପାଦ ମିଶାଇପାରେନା ,

କାହା ମନରେ ସ୍ପୁହା ବି ନଥାଏ

ପାଦ ମିଶାଇବାକୁ ।

ଜୀବନ ରାସ୍ତାରେ 

ବାର୍ଦ୍ଧକ୍ୟ ଚାଲିପାଇଁ 

କୌଣସି ପାନ୍ଥଶାଳା ନଥାଏ,

କେହି ସାଙ୍ଗ ବାଟୋଇ ନଥାଏ ,

ଥାଏ ଖାଲି ଅନେକ ଅନୁଭୂତି ,

ସ୍ମୃତି ସବୁ ବିଗତ ଜୀବନର ,

ସମ୍ପର୍କର ସତ୍ୟତା ,

ଆଉ ନିଷ୍ପ୍ରଭ କାନର

ଭାଗବତାରୁ ପଦେ

ଶେଷ ଶୁଣାଣି ।


Rate this content
Log in

Similar oriya poem from Tragedy