ବାପା ମୋ ଗୁରୁ
ବାପା ମୋ ଗୁରୁ
ମୋ ବାପା ମୋ ଗୁରୁ
ବାପା ଏକା ମୋର ନିଜର
ବାପା ଆକାଶଠୁ ଉଚ୍ଚ
ଦିଗବଳୟଠୁ ଦୂର
ଧରିତ୍ରୀଠୁ ଵିଶାଳ
ହୃଦୟ ତାଙ୍କର।
ସେ ଅଟନ୍ତି ମୋ ପାଇଁ
ଚଳନ୍ତି ଈଶ୍ଵର
ଦେଖିନି ମୁଁ କେବେ କେଉଁ ଦେବତାଙ୍କୁ
ଦେବାର କିଛି
ଦେଖିଛି ମୋ ବାପାଙ୍କୁ
ତାଙ୍କ ଜୀବନର ସବୁକିଛି
ନିର୍ବିକାରରେ ଅଜାଡ଼ି ଦେବାର।
ସେ ମୋର ସୃଷ୍ଟି
ସ୍ଥିତି ଓ ଲୟ
ଈହକାଳ ପରକାଳର।
ବାପା ମୋର ଅତି ଆପଣାର
ତାଙ୍କୁ ଦେଖିଦେଲେ
ଦୁନିଆ ପାଶୋରା ମୋର।
ତାଙ୍କୁ ମୁଁ ଜାଣିଚି
ହାତ ଧରି ଚାଲିବାଠୁ
ଆଜି ପର୍ଯ୍ୟନ୍ତ,
ସେ ମୋ ସାହସ
ସେ ମୋ ସମ୍ପତ୍ତି
ସେ ହିଁ ମୋର ଅତି ଆପଣାର।
ବାପା ଥିଲେ ମୋର
କାହାକୁ ନାହିଁ ଡର।
ସେ ହିଁ ମୋର ସଖା,ସହୋଦର
ଜ୍ଞାନର ଭଣ୍ଡାର,
ବାପା ହିଁ ମୋର ଗୁରୁ
ବାପା ମୋର ଏକା ହିଁ ଆଧାରର
