STORYMIRROR

Jayashree Tripathy

Inspirational

3  

Jayashree Tripathy

Inspirational

ବାପା ମୋ ଗୁରୁ

ବାପା ମୋ ଗୁରୁ

1 min
161

ମୋ ବାପା ମୋ ଗୁରୁ

ବାପା ଏକା ମୋର ନିଜର

ବାପା ଆକାଶଠୁ ଉଚ୍ଚ

ଦିଗବଳୟଠୁ ଦୂର

ଧରିତ୍ରୀଠୁ ଵିଶାଳ 

ହୃଦୟ ତାଙ୍କର।

ସେ ଅଟନ୍ତି ମୋ ପାଇଁ 

ଚଳନ୍ତି ଈଶ୍ଵର

ଦେଖିନି ମୁଁ କେବେ କେଉଁ ଦେବତାଙ୍କୁ

ଦେବାର କିଛି

ଦେଖିଛି ମୋ ବାପାଙ୍କୁ 

ତାଙ୍କ ଜୀବନର ସବୁକିଛି

ନିର୍ବିକାରରେ ଅଜାଡ଼ି ଦେବାର।

ସେ ମୋର ସୃଷ୍ଟି 

ସ୍ଥିତି ଓ ଲୟ

ଈହକାଳ ପରକାଳର।

ବାପା ମୋର ଅତି ଆପଣାର

ତାଙ୍କୁ ଦେଖିଦେଲେ

ଦୁନିଆ ପାଶୋରା ମୋର।

ତାଙ୍କୁ ମୁଁ ଜାଣିଚି

ହାତ ଧରି ଚାଲିବାଠୁ

ଆଜି ପର୍ଯ୍ୟନ୍ତ,

ସେ ମୋ ସାହସ 

ସେ ମୋ ସମ୍ପତ୍ତି

ସେ ହିଁ ମୋର ଅତି ଆପଣାର।

ବାପା ଥିଲେ ମୋର 

କାହାକୁ ନାହିଁ ଡର।

ସେ ହିଁ ମୋର ସଖା,ସହୋଦର

ଜ୍ଞାନର ଭଣ୍ଡାର,

ବାପା ହିଁ ମୋର ଗୁରୁ 

ବାପା ମୋର ଏକା ହିଁ ଆଧାରର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Jayashree Tripathy

ଭୟ

ଭୟ

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

Similar oriya poem from Inspirational