STORYMIRROR

Jayashree Tripathy

Others

3  

Jayashree Tripathy

Others

ବାପା

ବାପା

1 min
134


ବାପାଙ୍କ ବିନା ଏଇ ଧରା ନିସ୍ଵ ଓ ନିରାଶ

ବାପା ଦିଅନ୍ତି ସଂସ୍କାର, ଶିଖାନ୍ତି ଆଦର

ବାପା ମୋ ପ୍ରାଣ,ସେ ମୋ ଜୀବନର ଆଧାର।

ସ୍ନେହର ଛାଇ ତଳେ ରଖନ୍ତି ସେ ଘୋଡେ଼ଇ

ସବୁ ଦୁଃଖ,ସବୁ କଷ୍ଟ ନିଜେ ଯାଆନ୍ତି ସହି।

ତାଙ୍କ ବିନା ପୃଥିବୀଟା ଅର୍ଥହୀନ, ଅବାସ୍ତବ

ତାଙ୍କୁ ବା ଶବ୍ଦରେ କିଏ କେଉଁ ଉପମା ଦେବ?

ବାପା ସିଏ, ଭଗଵାନଙ୍କ ପ୍ରତିରୂପ ଯିଏ

ବାପା ସିଏ ଯାହାଙ୍କ ଋଣ କେବେ ସୁଝି ନହୁଏ।

ମୋଠୁ ଅଧିକ ପରା ସେ ମତେ ଚିହ୍ନିଚନ୍ତି

ମୋ ମୁଣ୍ଡ ପାଖେ ତାଙ୍କର କେତେ ରାତି ପାହିଚି।

ସବୁବେଳେ ଯାହାଙ୍କ ହାତ ଖୋଜେ ମୋ ହୃଦୟ

ଜାଣିଚି ସେ ଏକା ମୋର ବାକି ଏ ପୃଥିବୀଟା ନିର୍ଦ୍ଦୟ।

ଯାହାଙ୍କ ମୁହଁକୁ ଚାହିଁକି ମୁଁ ଖୁସି ହୁଏ 

ସେ ଖାଲି ମୋ ବାପା ଆଉ କେହି ନୁହେଁ।

ଅଚିହ୍ନା ମୁଁହର ସଂସ୍କାର ଭିତରୁ ଲୋଡା ନାହିଁ କେହି ଆଉ

ସେ ମୋ ବାପା ଖାଲି,ଆଜି ନୁହେଁ,ସବୁ ଜନ୍ମରେ ଥାଆନ୍ତୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Jayashree Tripathy

ଭୟ

ଭୟ

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ