STORYMIRROR

Jayashree Tripathy

Others

3  

Jayashree Tripathy

Others

ଭୟ

ଭୟ

1 min
248

ହୁଏତ ଏ କଲମ ସ୍ଥିର ହୋଇଯିବ

ଓଠ ଧାରରେ ଅଟକି ଯିବ

କଥା ପଦକ

ପାଦ ଯୋଡ଼ିକରେ ଜୁ ନଥିବ

ଏତେ ସବୁ ଯାହା କହିବା କହିବା

ହୋଇ କହିପାରୁନଥିବା 

କହିବା ନକହିବାର ଆଉ କିଛି 

ଅର୍ଥ ନଥିବ।


ଆମର ଭଲ ପାଇବା ବା ନପାଇବା

ମୂଲ୍ୟହୀନ ହୋଇପଡ଼ିଥିବ

ମହାମାରୀରେ କେତେ ପ୍ରୀୟତମ

ହଜିଗଲେ ମହାଶୂନ୍ୟ ରେ 

ମହାକାଳ କେତେ ଘାତକ ସାଜିଲା

ଜୀବନ ପାଇଁ,ଜୀବିକା ପାଇଁ

ଏସବୁ ଗୁରୁତ୍ଵହୀନ ହୋଇଯାଇଥିବ ।


ତୁମ ଦୁଃଖ ମୁଖକୁ ଦେଖି

ଦି ଟୋପା ଲୁହ ଗଡାଇଲା କିଏ

ତୁମେ ଖାଲରେ ପଡ଼ି ଛଟପଟ 

ହେଲାବେଳେ ଖିଲିଖିଲି ହସୁଥିଲା

କିଏ ତାର ବି କ'ଣ ଅର୍ଥ ଥିବ କି ।


କିଏ ଉଠିଲା କେତେ ଉଞ୍ଚାକୁ

କେତେ ଗହୀରକୁ ଖସିଲା

କାହାର ପାଦ,

ତୁମ ଫୋନେବୁକ୍ ମନେରଖିଥିଲା

କେତେଜଣଙ୍କ ନମ୍ବର୍

କାହା କାହା ପାଇଁ ବନ୍ଦ ଥିଲା 

ହୃଦୟର କବାଟ

ଏସବୁର ହିସାବ ଅନାବଶ୍ୟକ 

ହୋଇ ପଡ଼ିଥିବ।


ତୁମ ଜାଗାକୁ ମଡେଇ

କିଏ ବାଡ ଦେଇଥିଲା,

ଘର କରିଥିଲା ତୁମ

ପୈତୃକ ଡିହକୁ ମାଡ଼ି,

ରକ୍ତ ନଦୀ ବୋହିଯାଇଥିଲା

ମୁଠାଏ ପାଚିଲା ଜାମୁକୋଳି ପାଇଁ

ତାର କ'ଣ ବା ମନେ ଥିବକି ଆଉ ।


ତୁ କରିନଥିବା ଦୋଷ ପାଇଁ

ତଣ୍ଡିଥିବା ଦଣ୍ଡିଥିବା କିଏ

କିଏ ତୋତେ ଚଢ଼େଇ ଦେଇ

ଗଛ ଡାଳକୁ ଲୁଟି ନେଇଥିଲା

କୌପୀନ ଆଉ କମଣ୍ଡଳୁ

କ'ଣ ଥିବ ସେସବୁରେ ।


ଡରୁଛୁ କାହାକୁ ଧନ

ହାତ ଛାଡ଼ିଲେ ହତାସ

ଆଖି ବୁଜିଲେ ଅନ୍ଧାର

ଧରିଥିଲେ ଧରିତ୍ରୀ ତୋର

ମରିଗଲେ ତ ମଡ଼ା

ଏ କଲମ କ'ଣ ଲେଖିଲା

କି ନ ଲେଖିଲା

ପାଦ ପଡ଼ିଲା ବାଟରେ କି ଆବାଟରେ

କିଏ ଜାଣିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Jayashree Tripathy

ଭୟ

ଭୟ

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ