STORYMIRROR

Krushna Chandra Lenka

Drama Inspirational

4  

Krushna Chandra Lenka

Drama Inspirational

ବାଡ଼ି ଅମୃତଭଣ୍ଡା ଗଛ

ବାଡ଼ି ଅମୃତଭଣ୍ଡା ଗଛ

1 min
310

ଚଷା ବାଡ଼ି ପାଶେ ରହିଛି ଅମୃତଭଣ୍ଡା ତରୁ,

କେଡେ ଯତନେ ସେ ବଢିଛି ସତେ ଚଷା ବାଡିରୁ।

ବିନା ସାର ଖତେ ଜୀବନ ତାର ଯାଇଛି ବିତି,

ହିମ, ବୃଷ୍ଟି ,ତାତ ସହଇ ଜାଣ ସେ ଏଠି ନିତି।

ତଥାପି ପଡିନି ସେ ଥକି ଏଇ ଘୋର ଦୁର୍ଦ୍ଦିନେ,

ସାହା ହୋଇ ଦିଏ ସାହସ ଯହିଁ ଚଷାର ମନେ।

ତାଲାବନ୍ଦୀ କାଳେ ପରିବା କ୍ଷେତେ ହୁଅଇ କ୍ଷତି,

ସେ'ପାଇଁ ଚଷାର ସମ୍ବଳ ହ୍ରାସ ପାଉଛି ନିତି।

ଚଷା ଦୁଃଖ ଭାଳି ନୟନୁ ତାର ବହଇ ପାଣି,

କେତେ ସେ ଫଳିଛି ଯତନେ ସତେ ତା' କ୍ଳେଶ ଜାଣି!

ଏ'ଘୋର ସଙ୍କଟେ ମାନବ ଠିଆ ହୁଏନି ଯହିଁ,

ସେ'କାଳେ ଏ ଗଛ ତା'ପାଶେ ଦୁଃଖ ନାଶଇ ତହିଁ।

ଆହେ ବୃକ୍ଷ, ତୋ'ପରି ଦାତା ମୁହିଁ ପାଇନି ଜଣେ,

ଯାଚି ଦେଉଅଛୁ ତୁ ଫଳ ଆନନ୍ଦେ ଅନୁକ୍ଷଣେ।

ପର ଉପକାର ବରତ ଭାର କରି ବହନ,

ଜିଇଁବାକୁ ଦେଲା ସେ ଏଠି ସତେ କେତେ ଜୀବନ!

ନିଜେ ଭୁଞ୍ଜି ଭରି ଉଦର ତାହା ଅନ୍ୟକୁ ଦିଏ,

ଏମନ୍ତ ଆନନ୍ଦ ଜୀବନେ ବାଣ୍ଟି ସେ ଆଜି ପାଏ।

କେଡେ ପୁଷ୍ଟିକର ଆହାର ଦେଲୁ ତୁହି ଜଗତେ,

ଏ'ଯୁଗ ଅମୃତ ବୋଲନ୍ତି ଆଜ ବଇଦ ତତେ।

ରୋପିଥିଲା ତାର ବାଡ଼ିରେ ତତେ କେଡେ ଯତନେ,

ସେ'ପାଇଁ ହୁଅଇ ସେ ତୋଷ ଆଜ ତା' ମନେ ମନେ।

ଚଷା ପରିବାର ସନ୍ତାନ ପରି ପାଳଇ ତତେ,

ତା'ଦୁର୍ଦ୍ଦିନେ ସହାୟ ହୋଇ ତୋର ଜୀବନ ବିତେ।



Rate this content
Log in

Similar oriya poem from Drama