STORYMIRROR

Bhakta Malla

Inspirational Others

3  

Bhakta Malla

Inspirational Others

ଅଟଳଜୀ ଅମର ରହେ

ଅଟଳଜୀ ଅମର ରହେ

1 min
14.1K


ମହାଭାରତର ମହାନ୍ ଆତ୍ମା

କ୍ରାନ୍ତି ଯାତ୍ରାର ପଥଚାରୀ

କ୍ଳାନ୍ତି ବିହୀନ କ୍ରାନ୍ତି ଆଣିଛ

ଅଟଳ ଅଚଳ ମହା ମେରୁ

ଶାନ୍ତି ରେ ଦିନେ ଶୋଇନାହଁ

ବିଶ୍ରାମ କେବେ ନେଇ ନାହଁ

ଆଜିଠୁ ବିଶ୍ରାମ ନେବ ବୋଲି ତୁମେ

ଚିରନିଦ୍ରାରେ ଗଲ ଶୋଇ ।।

ରାଷ୍ଟ୍ରନୀତିଜ୍ଞର ପରିଭାଷା

ଶିଖିଛି ବିଶ୍ଵ ତୁମ ଠାରୁ

ଜାତୀୟତାର ମହାଭାବ

କବିତାରେ ତୁମ ଉଠେ ଝଳି ,

କୋଟି ଭାରତୀୟ ଜନଗଣ

ସ୍ତବ୍ଧ ଚକିତ ପ୍ରାଣ ଶୂନ୍ୟ

ଗଗନ ପବନ ନିରବ ନିସ୍ପନ୍ଦ

ସାଗର ତରଙ୍ଗ ଗାଏ ତୁମ ନାମ

ବାୟୁ ର ହିଲ୍ଲୋଳେ ଖେଳି ଖେଳି ।।

କହିଥିଲ କେବେ ଆବେଗରେ

" ନିରବ ମୈ ହୁଁ , ଶୂନ୍ୟ ମୈ ହୁଁ " କବିତାରେ

ଆଜି ଶୂନ୍ୟ ପରି ମିଳାଇ ଯାଇଛ

ଆକାଶର କୋଣେ ଅନୁକୋଣେ ,

ନିରବି ଯାଇଛି ଶବ୍ଦର ସ୍ବର ଓଠ ଧାରେ ।।

ଓଜସ୍ବୀନି ତୁମ ବକ୍ତବ୍ୟର ଭାଷା

ବୀର ପୁଙ୍ଗବ ବିପ୍ଳବୀ ଠାଣି,

ଶୁଭିବନି କେବେ ଭାରତ ଭୁବନେ

ଲିଭିବ ନାହିଁ ବି ' ବିଶ୍ଵ ଗଗନେ

ଅଜାତଶତ୍ରୁ ହେ ! ଭାରତରତ୍ନ

ଅମର ରହିବ ଅମ୍ଳାନ ତୁମ ବାଣୀ ।।

ଶ୍ରଦ୍ଧାର ସହ

ଭକ୍ତ ଚରଣ ମଲ୍ଲ

ନେମ୍ବରା, କେନ୍ଦ୍ରାପଡା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational