Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Tragedy

3  

Ajit Kumar Raut

Tragedy

ଅସ୍ଥିର ପ୍ରାଣ

ଅସ୍ଥିର ପ୍ରାଣ

1 min
242



ମାଆ ପାଇଁ ଅଟେ ଶିଶୁହିଁ ମହତ୍ତ୍ଵ


ଜଗତେ ବିଦିତ ଏହା,


ସବୁ ସୁଖ ତାର ଅଜାଡି ଦିଅଇ


ଶିଶୁର ପ୍ରେମରେ ତାହା।୧।


ମନ ପ୍ରାଣ ତାର କେନ୍ଦ୍ରିତ ହୁଅଇ


ଶିଶୁର ମଙ୍ଗଳ ପାଇଁ,


ପ୍ରଭୁଙ୍କ ଚରଣେ ଭକ୍ତିଟି ରଖଇ


ଶିକାର ଉନ୍ନତି ପାଇଁ।୨।


କ୍ଷଣେ ନ ଦେଖିଲେ ବଦନ ତାହାର


ଆତୁରଟି ହେଉ ଥାଏ,


ସ୍ବାମୀକୁ କୁହଇ ନିଷ୍ଠୁର ହୋଇଲ


ପୁଅ ଦିଶୁ ନାହିଁ ଏବେ।୩।


ସ୍କୁଲକୁ ଗଲା ସେ ଫେରି ନାହିଁ ପୁତ୍ର


ଡର ମାଡୁଅଛି ମନେ,


ପୁତ୍ରମଣି ମୋର କି କୁରୁଛି ତହିଁ


ଚିନ୍ତା ହେଉ ଅଛି ମନେ।୪।


ସ୍ବାମୀକୁ କୁହଇ ଦେଖି ଆସ ପୁତ୍ରେ


ଛୁଟି ହେଲାଣି କି ନାହିଁ,


ଗୋଟିଏ ରୂଟିକୁ ମୋ ପୁଅ ଖାଇଛି


ଭୋକ ମାଡୁଥିବ ତହିଁ।୫।


କାମ କାମ ସଦା କହୁଅଛ ତୁମେ


ପୁତ୍ର ପାଇଁ ଚିନ୍ତା ନାହିଁ,


ବେଳ ଘଡିଗଲା ଆସି ନାହିଁ ପୁତ୍ର


କିଛି ଜଣି ପାରୁ ନାହିଁ।୬।


ଅସ୍ଥିରଟି ପ୍ରାଣ ଚିନ୍ତାର ସାଗର


ମନ ବିଚଳିତ ହୁଏ,


କେବଳ କାର୍ଯରେ ଲାଗି ରହିଅଛ


ପ୍ରାଣ ଆକୁଳଟି ହୁଏ।୭।


ମାଆ ପାଇଁ ହୁଏ ଶିଶୁର ମହତ୍ତ୍ଵ


ଜଗତେ ବିଦିତ ଏହା


ସବୁ ସୁଖ ତାର ଅଜାଡି ଦିଅଇ


ଶିଶୁର ପ୍ରେମରେ ତାହା।୮।




Rate this content
Log in

Similar oriya poem from Tragedy