ଅସ୍ପଷ୍ଟ ମଂଚ
ଅସ୍ପଷ୍ଟ ମଂଚ
ଯଦି କହିବି : ତମେ ଆସିବା କଥା
କାହାକୁ କହିନି
କିନ୍ତୁ ମୋତେ ଜଣା
ତମେ ବିଶ୍ୱାସ କରିବ
ଏଥି ପାଇଁ ମୋତେ ଆଗରୁ
ନ କହିବା ଲାଗି
ତମକୁ କହିଚି କେତେ ଥର
ମନେ ନ ନ ରଖିବା କଥା କ'ଣ
କେବେ ମୋତେ କହିଚ
ପ୍ରଶ୍ନ ରେ ସାରି ଦେବା ଉତ୍ତର
ସବୁକୁ ହିଁ
କାଂଧେଇଚେ ଆମେ
କାହାକୁ ମୁଁ
କ'ଣ କହିଲି
କେତେବେଳେ?କେଉଁଠି
ତୁଛାଟାରେ ଶଦ୍ଦ ତୋଳିଚୁ ବୋଲି
ଆମର ଟିକେ
ଦୁଃଖ ନାହିଁ
