ଅସହ୍ଯ ନିଦାଘ
ଅସହ୍ଯ ନିଦାଘ
ବଇଶାଖ ମାସ ପରା ।
ଅସହ୍ଯ ନିଦାଘ ଆସିଅଛି ଏବେ
କଲବଲ ହୁଏ ଧରା ।୧।
ଜୀବନଟା ଦୁର୍ବିସହ ।
ହୋଇଲାଣି ଏବେ ଜୀବଯନ୍ତୁଙ୍କର
ମଣିଷ କଥା କି କହ ?୨।
ଶୁଖିଲାଣି ନଦୀ ନାଳ ।
ପାଣି ଟୋପେ ପାଇଁ ସବୁ ଜୀବମାନେ
ହେଲେ ଡହଳ ବିକଳ ।୩।
ଟାଇଁ ଟାଇଁ ହୁଏ ଖରା ।
ଝାଇଁ ମାରେ ଦିହ ଖରାକୁ ଆସିଲେ
ଅସହଣି ହେଲା ଖରା ।୪।
ଅସହ୍ଯ ନିଦାଘ କାଳ ।
ଦିହ ସିଝିଯାଏ ରବିଙ୍କ ତାପରେ
କଲବଲ ପକ୍ଷୀକୁଳ ।୫।
ଖରାକୁ କାହିଁକି ଯିବ ।
ନିହାତି ଦରକାର ନଥିଲେ ତୁମେ
ଖରାକୁ କେବେ ନଯିବ ।୬।
ଛତାକୁ ସାଙ୍ଗରେ ନିଅ ।
ପାଣି ବୋତଲକୁ ହାତେ ଧରି
ଓଦା
ଗାମୁଛା ମୁଣ୍ଡରେ ଥୁଅ ।୭।
ଜଳଛତ୍ର ପଥେ ଖୋଲ ।
ପାଣି ମୁନ୍ଦେ ପିଇ ପଥିକ ଜୀବନ
ରହିବ ଏକଥା ଭଲ ।୮।
କର ଥଣ୍ଡା ଉପଚାର ।
ପଣାପାଣି ଆଉ ପଖାଳ ତୋରାଣି
ନିଦାଘ କାଳକୁ ଭଲ ।୯।
ଗଛ ଛାଇ କେତେ ଭଲ ।
ଗଛ କାଟି କରି କଂକ୍ରିଟ୍ ଜଙ୍ଗଲ
ହେଉ ଆମେ କଲବଲ ।୧୦।
ପ୍ରକୃତି ମିତ୍ର ଆମର ।
ବିରୁଦ୍ଧାଚରଣ କରିବାରୁ ତାର
ଏଦଶା ଆଜି ଆମର ।୧୧।
ଏବେଠୁ କରିବା ପଣ ।
ବରଷା ଦିନରେ ହଜାର ହଜାର
କରିବା ବୃକ୍ଷ ରୋପଣ ।୧୨।
ନିଦାଘ କାଳ ଅସହ୍ଯ ।
ହେବନାହିଁ ଆଉ ସହଜରେ ଆମେ
ରହିବା ହୋଇ ନିର୍ଭୟ ।୧୩।