STORYMIRROR

Dr.Prativa manna

Abstract

2  

Dr.Prativa manna

Abstract

ଅଶ୍ରୁ

ଅଶ୍ରୁ

1 min
216

ଭାବିଥିଲି ଦିନେ

ତୁମ ଉଦ୍ୟାନେ

ଫୁଲ ହୋଇ ମୁଁ ଫୁଟିବି


ଗହନ ବିଭାବରୀରେ

ତବ କୁଟୀରେ

ମହମହ ଚହଟିବି


ଜାଗା ତ ମିଳିଲା

ଆଶା ନ ମେଣ୍ଟିଲା

ପୁଷ୍ପ ହେଇ ଫୁଟିବାର


ପ୍ରସ୍ଫୁଟିତ ଆଗରୁ

ମଉଳି ସେ ଗଛରୁ

ତନୁ ହେଲା ନାରଖାର


ତୁମେ ଆସି ଫୁଲ

ଯେବେ ତୋଳୁଥିଲ

ଦୁରେ ପଡ଼ିଥିଲି ଝରି


ଦେଖି ନୂଆ ଫୁଲ

ନେଲ ତୋଳି

ମୋ ଆଖିରେ ଲୁହ ଭରି


କହି ପାରିବ କି ତୁମେ

ଯତ୍ନରେ ରଖି ପାରିଲନି

କାହିଁକି ମୋତେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr.Prativa manna

Similar oriya poem from Abstract