STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ଅସ୍ୱୀକୃତ ଇଲାକାରେ ଦ୍ୱିତୀୟ ଈଶ୍ୱର

ଅସ୍ୱୀକୃତ ଇଲାକାରେ ଦ୍ୱିତୀୟ ଈଶ୍ୱର

1 min
205

ମିଂଜିି ମିଂଜି ଜଳୁ ଥିବା ଡିବିରି ର

ବଳକା ତକ କିରୋସିନୀ ରେ

ଜଳି ପାରିବକି ତୋ କବିତା ର ସଳିତା

ନିଅଣ୍ଟିଆ ସଂସାର ରେ ଛଟ ପଟ

ଏବେ ତୁ

ନିରୀହ ମାଛ

କାହାର ନ ଖାଇ ଜଗତ ର ବଇରି

ତୋ ଇଲାକା ରେ

ଶଦ୍ଦ ର ଝଡ଼ ଏବେ

କବିରେ ବାଂଧି ପକା

ତୋ ଚିରା ଗାମୁଛା ରେ

ଲେଖି ଦେ ତୋ ଫଟା ଛପର ରେ

ତାେ ସ୍ତିରି ର ସାତ ସିଆଁ ପଣତ କାନି ରେ

ଏବେ ଫୁଟୁଚି କବିତାର ଫୁଲ

ପୋଛି ପକା

ତୋ ଆଖି ରୁ ଝରୁ ଥିବା ରକ୍ତ

ତୁ ତୋ ଭାରତବର୍ଷ

ଝାଟି ମାଟିର କୁଡ଼ିଆ ପୃଥ୍ୱୀ

ତୁ ପରା

ବିଶ୍ୱ ର ଏକଇ ସମ୍ରାଟ


Rate this content
Log in

Similar oriya poem from Abstract