ଅନୁତାପ
ଅନୁତାପ


ପାଇଲେ ଅପମାନ ସବୁ
କାଯ୍ଯରେ ଘଟେ ବିଘ୍ନ
ହୃଦୟର ସବୁ ତନ୍ତ୍ର
ହୋଇ ଯାଏ ଅବଶ
ଶରୀରର ରାସାୟନିକ
ଜୈବିକ ପ୍ରକ୍ରିୟା ଯାଏ
ଜଳି ଜଳି
ମନ ହୋଇ ଯାଏ ଦୁର୍ବଳ
ରୁଚେନା ଖାଦ୍ୟପେୟ
ଶୁଣି ବାକୁ ଇଚ୍ଛା ହୁଏନା କିଛି
ଲାଗି ଥାଏ ଅଷ୍ଟାଙ୍ଗ
ଶୀରରେ କିଏ ନିଆଁ
ଲଗେଇ ଦେଇଛି
ପ୍ରତିହିଂସାର ବହ୍ନି ହୋଇ
ଯାଏ ଉଦ୍ରେକ
ଇଚ୍ଛା ହୁଏ କରିବାକୁ
ବିଦ୍ରୋହ
ସରେ ନାହିଁ ଦିନ
ଲାଗି ଥାଏ ନିଜକୁ
ଭଗ୍ନ ସ୍ତୁପର ଅଶଂବିଶେଷ
ହଜିଯାଇଛି କି ସତେ ସମ୍ମାନ ।