STORYMIRROR

Jagannath Panda

Tragedy

2  

Jagannath Panda

Tragedy

ଅନ୍ତର ତଳର କୋହ

ଅନ୍ତର ତଳର କୋହ

1 min
125

କାଇଁ ଗଲୁ ଛାଡି ଧନରେ ମାଡି ଆସେ ଅନ୍ଧାର

କେହି ନାହିଁ ଏଠି ଧନରେ ସବୁ ଅଜଣା ମୋର

ଦିଅଁ ଦରଶନ କହିତୁ କେଣେ ଛାଡ଼ି ତୁ ଗଲୁ

କି ଦୋଷ ମୁଁ ତୋର କରିଲିଏଡ଼େ ନିର୍ମମ ହେଲୁ

ଦଶ ମାସ ତତେ ଗରଭେ ଧରି ମୁଇଁ ତ ଥିଲି

କଷ୍ଟକୁ ଖାତିର କେବେତ ଧନ କରି ନ ଥିଲି

ସେ କଷ୍ଟ ଠାରୁ ଏ କଷ୍ଟ ମୋର ବଳି ପଡୁଛି

ତୋ ବାଟକୁ ଚାହିଁ ଧନରେ ନିତି ଲୁହ ଢାଳୁଛି

ବୋହୂ କଥା ଶୁଣି ଶେଷରେ ଆଶ୍ରମରେ ଛାଡିଲୁ

ଅନାଥିନି କରି ମୋତେରେ ତୁହି ଚାଲି ଯେ ଗଲୁ

ଅଳି ଅରଦଳି କିଛିତ ମୁଇଁ କରି ନଥିଲି

ବୋହୂ ମାଡ ଗାଳି ସବୁତ ମୁହିଁ ସହୁ ଯେ ଥିଲି

କେବେ ଦିନେ କିଛି ତତେ ଅଭିଯୋଗ କରିନି

ଏଡେ ନିରିଦୟ କିମ୍ପାଇଁ କିଛି ବୁଝି ପାରୁନି

କେତେ କଷ୍ଟ ସହି ତତେ ମୁଁ ବଡ଼ କରିଯେ ଥିଲି

କେତେ ଆଶା କେତେ ସପନ ହୃଦେ ସଜାଡି ଥିଲି

ନିମିଷକେ ସବୁ ଆଶା ମୋ ଚୁରୁମାର ହୋଇଲା

ଦିନରେ ଅନ୍ଧାର ସତେକି ଧନ ଘୋଟି ଆସିଲା

ଜିଇଁ ଥାଉ ଥାଉ ମାରିଲୁ ଏତେ ପଥର ହେଲୁ

ମାତା ସ୍ନେହ ଭୁଲି ପତ୍ନୀର ଗୋଲାମୀ ତୁ କରିଲୁ

ଅଭିଶାପ ତୋତେ ଦେବିନି ଲୁହ ଢାଳିବି ନାହିଁ

ତୋର ଅମଙ୍ଗଳ ଧନରେ ସହି ପାରିବି ନାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy