Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Panda

Romance

3  

Jagannath Panda

Romance

ତୁମ ପାଇଁ

ତୁମ ପାଇଁ

1 min
266


ତୁମ ପାଇଁ ସାଥି କବିତା ଲେଖିଲି

  ହୋଇଗଲି ଗୋଟେ କବି

ତୁମରି ସପନ ନିତି ମୁଁ ଦେଖୁଛି

 ତୁମ କଥା ଭାବି ଭାବି ।

ତୁମେ ହଜାଇଲ ମୋ ରାତିର ନିଦ

  ଦିନର ବି ଚଞ୍ଚଳତା

ଆଖିରେ ନାଚୁଛି ତୁମରି ଛବି

 ହୃଦୟରେ ବ୍ୟାକୁଳତା ।


ଭାବୁଛି ବସି ମୁଁ ତୁମ ପାଖେ ବସି

  ତୁମ ହାତେ ହାତ ରଖି

ମନ ଭରି ଟିକେ ଦେଖନ୍ତି ତୁମକୁ

 ମନ ମୋ ହୁଅନ୍ତା ସୁଖୀ ।


ତୁମେ ଚାନ୍ଦ ପରି ରହିଛ ଯେ ଦୂରେ

  ମୁଁ ଜଳର ନୀଳ କଇଁ

ତୁମର ମୋହର ମିଳନ ତ ବୋଧେ

 ଏ ଜନମେ ଲେଖା ନାହିଁ ।


ଭୁଲିବାକୁ ଯେତେ ଚାହୁଁଛି ତୁମକୁ

  ଭୁଲି ମୁଁ ତ ପାରୁ ନାହିଁ

ମରି ମରି ନିତି ଜୀଇଁବାକୁ ହେବ

ଯାହା ଲେଖି ଅଛି ବିହି ।


Rate this content
Log in

Similar oriya poem from Romance