STORYMIRROR

PRASANTA KUMAR SETHI

Tragedy

3  

PRASANTA KUMAR SETHI

Tragedy

ଅନ୍ତିମ ଚିଠି

ଅନ୍ତିମ ଚିଠି

1 min
12


ପ୍ରିୟ ମୁଁ ଲେଖୁଛି ଅନ୍ତିମ ଚିଠି

ଭୁଲିବନି ମୋତେ ମଧୁ ମାଳତୀ

ମୁଁ ଅନ୍ତିମ ରେଖା ତୁମ ଜୀବନର

     ଆଉ କି ଫେରିବ ଚାନ୍ଦିନୀ ରାତି ।।

ଅନ୍ତିମ ନିର୍ଣ୍ଣୟ ମୁଁ ନେବା ଆଗରୁ

ସାମାଜିକ ବ୍ୟାଧି ଦେଇଛି ଛନ୍ଦି

ଅନ୍ତିମ ପ୍ରହର ଆସିବା ପୂର୍ବରୁ

      ସଞ୍ଜ ନହେଉଣୁ ଡୁବଇ ରବି  ।।

ମନ୍ଦିରର ଭିଡ଼ ଦିଶୁନି ତ ଆଉ

ଗୀର୍ଜା ର ଘଣ୍ଟା ସାତ ସପନ

ଦେବତା ଏ ଯେବେ ନିର୍ବାକ ହୋଇବେ

       କିଏ ବଞ୍ଚାଇବ ଦୁଃଖୀ ଜୀବନ ।।

ବଞ୍ଚି ରହିବାକୁ ଭରସା ଯେ ଲୋଡ଼ା

ଦୂର ଦୂରଯାଏ ଦିଶୁନି ଆଉ

ଦିନୁ ଦିନ ମତି ବିବ୍ରତ ଲାଗୁଛି

     ନୀଳ ସମୁଦ୍ରରେ ଉତ୍ତlଳ ଢେଉ ।।

ମା' ର ପଣତ ପରହୁଏ ଏଠି

ଅବିଳମ୍ବେ ଦେଖି ବିଧି ବିଧାନ

ବାପର ଶବକୁ ପୁଅବି ଚାହୁଁନି

   ଥିଲେ ପଛେ ଥାଉ ଯେତେ ସମ୍ମାନ ।।

ଅସହାୟ ଲାଗେ ବ୍ୟାକୁଳ ହୃଦୟେ

ଉଦାସେ ଯେବେ ମୁ ଗଗନେ ଚାହେଁ

ଭସା ବାଦଲକୁ ଭରସି ନପାରି

       ଆଖି ଲୁହକୁ ମୁଁ ଓଠରେ ପିଏ ।।

ମୁଁ ବି ବୁଝୁଛି ତୁମେ ବି ବୁଝୁଛ

ମରମ ସରମ ହୃଦୟ ବ୍ୟଥା

ହେଲେ ଏ ସମୟ ଦେଇପାରୁନାହିଁ

      ଖୋଲି କହିବାକୁ ଅନ୍ତିମ କଥା ।।

ରକ୍ତ ଟଳମଳ ମୋ ମଥା ସିନ୍ଦୁର

ଅଲିଭା ସ୍ମୃତି ମୋ ପ୍ରେମର ଗାର

ତୁମରି ବିହୁନେ ପୁନେଇ ତିଥିରେ

     ଚାନ୍ଦ ବି ଆଖିରୁ ଝରାଏ ନିର ।।

ନଈ ଏ ପାରିରେ ପ୍ରିୟ ମୁଁ ଝୁରୁଛି

ସେ ପାରିରେ ତୁମ ଆଖିର ଲୁହ

ଫୁଲ ଫଗୁଣରେ ଏକାଳ ବୈଶାଖୀ

     ନିଦାଘ ତାତିରେ ଶ୍ରାବଣ ସୁଅ  ।।

ତୁମେ ମୋ ଆକାଶ ମୁଁ ତୁମର ଜହ୍ନ

ମୋ ହୃଦ ମନ୍ଦିରେ ଦେବତା ତୁମେ

ତୁମ ବିନା ପ୍ରିୟ ସବୁ ହେ ଅସହ୍ୟ

        ଚାହିଁ ରହିବି ମୁଁ ସାତ ଜନମେ ।।

ଏକାନ୍ତ ନିରୋଗେ ରହିବ ବିଦେଶେ

ଯାଉ ହେ ଜୀବିକା ଜୀବନ ରହୁ

ରହିଲେ ଜୀବନ ପୁରିବ ସପନ

        ଲହଡି ଭାଙ୍ଗିବ ଖୁସିର ଢେଉ ।।

ଅନ୍ତିମ ନିର୍ଣ୍ଣୟ ନାହିଁ କାହା ହାତେ

ଅସହାୟ ଏଠି କିଏବା ନୁହେଁ

ସଦାପ୍ରଭୁ ଯେବେ ହାତ ବଢାଇବେ

       ଶବ ଉଠି ବସେ ଜୀବନ୍ତ ଦେହେ ।।

ଆଉ ବେସି କିଛି ଲେଖୁ ନାହିଁ ବସି

ନିଜ ଯତ୍ନ ନିଜେ ନେବ ହେ ପ୍ରିୟ

ଆସିଲେ ବି କୋହ ପୋଛି ଦେଇ ଲୁହ

ଖାଇ ପିଇ ଟିକେ ଶାନ୍ତିରେ ରୁହ ।।


ପାହିବ ହେ ରାତି କରୁଛି ମୁଁ ଇତି

ମୋ ମନ ରାଇଜ ରାଜ କୁମାର

ସୁଦୁରୁ ଥାଇ ଗ୍ରହଣ କରିବେ

ଜଣାଉ ଅଛି ମୁଁ କୋଟି ଜୁହାର

( ଇତି) ହତଭାଗୀ ପ୍ରିୟା ତୁମର ।।

ଦିନାଙ୍କ:୨୫/୦୮/୨୦୨୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy