STORYMIRROR

PRASANTA KUMAR SETHI

Others

2  

PRASANTA KUMAR SETHI

Others

ଜନ୍ମଦିନ

ଜନ୍ମଦିନ

1 min
248

ନିରୀମାଖୀ ଫୁଲଟିଏ

ମୋ ଆଖିର ତାରା

ଅସୁମାରୀ ସ୍ୱପ୍ନସିଏ

ଗପର ପସରା।।

ସୁନୀଳ ନୟନ ତାର

ଲାବଣ୍ୟ ଚେହେରା

ଦରଦୀ ହୃଦୟେ କିଣେ

ଜନ ମନ ସାରା।।

ଅତୀତ ଯାଉଛି ଭୁଲି

ଆଙ୍କେ ଭବିଷ୍ୟତ

ଜିଣିବ ଜଗତ ସିଏ

କରିଛି ଶପଥ।।

ଗଢ଼ିବ ଜୀବନ ତାର

ଫାଙ୍କିଦେଇ ଦୁଃଖ

ଭାଇ ଭଉଣୀଙ୍କ ଓଠେ

ଆଙ୍କିଦେଵ ହସ।।

ସେ ହସରେ ପୋଛିଦେଵ

ବଉ ଆଖିଲୁହ

ଆଶିଷ ଦିଅ ହେ ପ୍ରଭୁ

ହୁଅ ତା ସହାୟ।।

ଏ ଜନମେ ଦିନେ ପ୍ରଭୁ

ଦେଇ ଆଶୀର୍ବାଦ

ବୁଦ୍ଧି,ବିଦ୍ୟା ଭରିଦିଅ

ନଗଣୁ ପ୍ରମାଦ।।

ରୋଗ ଦୁଃଖ କଷ୍ଟଠାରୁ

ରଖ ତାକୁ ଦୁରେ

କୁସୁମିତ ହେଉ ପଥ

(କଣ୍ଟା) ନ ବାଜୁ ପୟରେ।।

ନଝରୁ ନୟନୁ ତାର

ଶ୍ରାବଣର ଧାର

ଭରିଦିଅ ତା ଓଠରେ

ଫଗୁଣର ସ୍ୱର।।

ତା ମନମନ୍ଦିରେ ନୀତି

ପୂଜା ପାଅ ତୁମେ

ଆଜିଠାରୁ ସବୁଦିନେ

ଆସ ତା ସପନେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍