STORYMIRROR

PRASANTA KUMAR SETHI

Inspirational

4  

PRASANTA KUMAR SETHI

Inspirational

ତଥାପି ବଞ୍ଚିଛି

ତଥାପି ବଞ୍ଚିଛି

1 min
9

ଆଞ୍ଜୁଳାଏ ସୁଖ

ମୁଠାଏ ସପନ

ଟାଣକରି ବୁକୁ

ଯୁଝେ ରାତିଦିନ

ପୋଡ଼ିଯାଏ ପେଟ

ମିଳେ ନାହିଁ ଭାତ

ତଥାପି ବଞ୍ଚୁଛି

ନକରି ସଂକୋଚ।।


ନିଷ୍ପେସିତ ଜଡ

ଶରୀର ମୋହର

ପ୍ରତିଦିନ ସହେ

ଚାବୁକ ପ୍ରହାର

ଫାଟିଯାଏ ପିଠି

ବହିଯାଏ ରକ୍ତ

ତଥାପି ବଞ୍ଚୁଛି

କରି ମୁ ସଂଘର୍ଷ।।


ସଂଘର୍ଷ ଜୀବନ

ଅତି ଦୟନୀୟ

ଖୋଜି ଶାନ୍ତି କାନ୍ଦେ

ନିଷ୍ପ୍ରାଣ ହୃଦୟ

କହିଲେ କାହାକୁ

ଶୁଣିବ ବା କିଏ

ତଥାପି ବଞ୍ଚୁଛି

ନିର୍ଲଜ ପରାଏ।।


ପ୍ରକୃତି ପ୍ରବଳ

ବିପର୍ଯ୍ୟୟ ଆଣି

ଅବିଳମ୍ବେ ରଚେ

କରୁଣ କାହାଣୀ

ମାଘେ ଘଡଘଡି

ବୈଶାଖରେ ଝଡ଼ି

ତଥାପି ବଞ୍ଚୁଛି

ନିଜକୁ ସମ୍ଭାଳି।।


ଦୁରାରୋଗ୍ୟ ଯେତେ

କାହାର ସ୍ୱୀକୃତି

ବଦଳାଇ ଦିଏ

ଜୀବନ ଜ୍ୟାମିତି

ରୋଗ ଭୟେ ଛାଡେ

ରୋଜଗାର ଚିନ୍ତା

ତଥାପି ବଞ୍ଚୁଛି

ବଢ଼ାଇ ସମସ୍ୟା।।


ସମସ୍ୟାର ଦିଗ

କରିଦେଇ ଅନ୍ତ

ବୁଝାଅ ହେ ପ୍ରଭୁ

ତୁମେ ହେ ଜୀବନ୍ତ

କ୍ଷମା କରିଦେଇ

ଦେଲେବି ଜୀବନ

ତଥାପି ବଞ୍ଚିବି

 ଜପି ତୁମ ନାମ।।

    

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational