ଅନ୍ଧାର
ଅନ୍ଧାର
ଅନ୍ଧାରକୁ ଡ଼ରେ ବୋଲି
ଜହ୍ନକୁ ମୁଁ ସାଥି କରିନେଲି
ହସିଖେଳି ଖୁବ୍ ବାଟ ଗଲି
ଆଖି ଖୋଲି ସପନ ଦେଖିଲି
କିନ୍ତୁ, ଜହ୍ନ ଏବେ ହାତଛାଡ଼ି କହିଲାଣି
ମୋ ସାଙ୍ଗରେ ତୋତେ କିଏ ଦେଖିଦେବ କାଳେ
ସେଥିପାଇଁ ସକାଳର ସୁରୁଜକୁ ଡ଼ରେ
ମୁଣ୍ଡପିଟି ଲୁହ ଝରେଇଲି,
କେତେବଡ଼ ଭୁଲ୍ କରିଦେଲି
ବୁଝିଲିନି,
ମୋ ଜୀବନ ସାରା ମାସ ଅମାବାସ୍ୟା
ସପନ ନହେଲା ନାହିଁ
ଅନ୍ଧାରକୁ ନିଜର ନକଲି
