STORYMIRROR

Satyaprakash Sethy, M. A(UGC NET)

Inspirational

3  

Satyaprakash Sethy, M. A(UGC NET)

Inspirational

ଅନାଥ

ଅନାଥ

1 min
326


ଯାଇଥିଲି ଆଜି ସାଇ ବାଳାଶ୍ରମ

ଦେଖିଲି ଅନାଥ କେତେ

ନୟନୁ ଗଡ଼ିଲା ଲୋତକର ଧାର

ଭାରି କଷ୍ଟ ହେଲା ମୋତେ।। 1

କାହିଁକି ଇଶ୍ଵର ଏମିତିକା ଖେଳେ

ସୁଖ ନେଇ ଦୁଃଖ ଦେଲେ

କ’ଣଟେ ଯେ ମିଳେ ସେହି ଏକା ଜାଣେ

ହୃଦ ବିଦାରିତ କଲେ।। 2

ଧନ୍ୟବାଦ ଦେବି ପରିଚାଳକଙ୍କୁ

ସ୍ନେହ ଶ୍ରଦ୍ଧା ପାରାବାରେ

ପାଳିଛନ୍ତି ଯିଏ ଅନାଥ ପିଲାଙ୍କୁ

ଅତି ଯତ୍ନ ସହକାରେ।। 3


Rate this content
Log in

Similar oriya poem from Inspirational