STORYMIRROR

ସନାତନ ଦାସ

Comedy

2  

ସନାତନ ଦାସ

Comedy

ଅନ୍ ଲାଇନ୍ ଶିକ୍ଷା

ଅନ୍ ଲାଇନ୍ ଶିକ୍ଷା

1 min
172

କି କହିବି ମୁଁ କୋରୋନା କାଳ ରେ

ଅନ୍ ଲାଇନ ପାଠ ପଢା,

ଛୁଆ ତା ଛୁଆ ଶିକ୍ଷକ ବି କହିଲେଣି

ଲାଗୁଅଛି ତେଢା ମେଢା..!!


ଯାହା ଘରେ ନାହିଁ ଆଣ୍ଡ୍ରଏଡ ଫୋନ

କିପରି ସେ ପାଠ ପଢ଼ିବ,

ନେଟ୍ ସଂଯୋଗ କଟିଗଲେ ପୁଣି

ଏତେ ରିଚାର୍ଜ କେମିତି କରିବ??


ଛୁଆ ହେଲେଣି ଘରେ ଉତ୍ପାତ

ନାକେଦମ୍ କରି ମା ବାପାଙ୍କୁ,

ସହି ହେଉ ନାହିଁ ଦୁଃଖ ଯେତେ ସବୁ

କହିବେ ଯାଇଁ କାହାକୁ..??


କୋଉଠି କିଏ ଗାଳି କଲାଣି

ଶିକ୍ଷକ କୁ କରି ଟିପ୍ପଣୀ,

ପାଠ ପଢା ଏଠି ଦୁର୍ବଳ ହେଲାଣି

ସଂସ୍କାର ଚୁଲି କୁ ଗଲାଣି..!!


ଘଡି କି ଘଡି ନିୟମ ବଦଳେ,

ଜଣା ପଡିନାହିଁ କିଛି,

ପାଠ ପଢା ପାଇଁ ସରକାର ଏଠି

ଶିକ୍ଷା ସହ ନୀତି ଖେଳୁଛି..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy