Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ଅମୃତ ମହୋତ୍ସବ

ଅମୃତ ମହୋତ୍ସବ

1 min
144



ଆମେ ଭରତ ବଂଶଜ ଅସୀମ ଆମର ତେଜ

ଯେତେ ଶତ୍ରୁ ମାଡ଼ି ବସିଲେ ବି ଏ ଧରା

କରି ଆମେ ସ୍ବାର୍ଥ ତ୍ୟାଗ ଜୀବନର ବିନିଯୋଗ

ନରଖି ବିଦ୍ବେଷ ଭାବର ଚିନ୍ତାଧାରା

ଅହିଂସା ଅସ୍ତ୍ର ଧରି ହାତେ

ସ୍ବାଧୀନତା ଜୟ ଗୀତି ଗାଉ ସମସ୍ତେ ।


ଉଡ଼ାଇ ତ୍ରିରଙ୍ଗା ବାନା ଶାନ୍ତି, ମୈତ୍ରୀ, ସଦ୍ଭାବନା

କୋଳେଇ ନେଇ ଆମେରେ ଭାରତବାସୀ

ଏ ଅମୃତ ମହୋତ୍ସବେ ମାତି ହରଷ ବିଭବେ

ଅତୀତ କୋଳରେ ହଜି ପୁଷ୍ପ ବରଷି

ମହକିତ କରନ୍ତି ପ୍ରାଣ

ପ୍ରକମ୍ପିତ ମୂର୍ଚ୍ଛନା ତ୍ୟାଗ ବଳିଦାନ ।


ଯେତେ ଶୂର ବୀର ନରେ ଜନ୍ମି ଭାରତ ଭୁଇଁରେ

ତେଜି ଯାଇଛନ୍ତି ଶିଖା ନିଃସ୍ବାର୍ଥେ ମାତି

ସରବେ ଆମ ନମସ୍ୟ ଯେଣୁ ସ୍ବାଧୀନ ପରଶ

ଦେଇ ଚାଲି ଯାଇଛନ୍ତି ରଖି କୀରତି

ସ୍ମରଣୀୟ ଶୁଭ ଲଗନେ

ତାଙ୍କ ସମ ଜନମିବେ କେ କି ଭୁବନେ !


ପବିତ୍ରତାକୁ ବହନ କରେ ମହୋତ୍ସବ ଜାଣ

ଗର୍ବ କରୁ ସରବେ ଭାରତୀୟ ବୋଲି

ନାହିଁ ଏଠି ଜାତି ଧର୍ମ ସଭିଏଁ ମିଶି କରମ

ପାଳନରେ ରଖୁ ଧ୍ୟାନ ସମତା ମେଲି

ଏକତ୍ରିତ ତ୍ରିରଙ୍ଗା ତଳେ 

ସଭକ୍ତିରେ ପ୍ରଣମନ୍ତି ଆମେ ସକଳେ ।



Rate this content
Log in

Similar oriya poem from Inspirational