Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chaturbhuja Sahoo

Inspirational

4  

Chaturbhuja Sahoo

Inspirational

ଅମୃତ ମହୋତ୍ସବ

ଅମୃତ ମହୋତ୍ସବ

1 min
220



ଘରେଘରେ ଆଜି    ଉଡୁଛି ତ୍ରିରଙ୍ଗା

     ଗାଇ ବିଜୟର ଗାଥା,

ଅମୃତ ବେଳାର   ଏଇ ମହୋତ୍ସବେ

     ଉଚ୍ଚ କରି ତା'ର ମଥା ।

କୋଣ ଅନୁକୋଣେ   ଗୁଞ୍ଜରିତ ହୁଏ

     ମହନୀୟତା'ର ବାର୍ତ୍ତା,

ଜ୍ଞାନର ବୈଭବ     ବିଶ୍ବଦରବାରେ

     ଭାରତର ମହାନତା ।

ବିଶ୍ବଗୁରୁ ରେ         ଅଭିମନ୍ତ୍ରିତ

    ଏଇ ମୋ' ଭାରତ ମାତା,

ସହିଛି ଅନେକ    ଅନ୍ଯାୟ ଅନୀତି

    ହୋଇଛି ଜଗତଜିତା ।

ଛଅସ୍ତରୀ ତମ    ସ୍ବରାଜ୍ଯ ପାଳନେ

     ଆଶା ଆକାଙ୍କ୍ଷା ବହି,

ସଙ୍କଳ୍ପ ଏଠି       ପ୍ରତିଟି ସ୍ପନ୍ଦନେ

    ବିଶ୍ୱାସ ଭରସା ନେଇ ।

ଜାଗ୍ରତ ଏଠି       କୋଟି ପରାଣ 

     ଏକତା ସୂତ୍ରେ ବନ୍ଧା,

ବିବିଧତା ମଧ୍ଯେ     ଏକତାର ସୂତ୍ରେ

     ମଧୁର ସମ୍ପର୍କେ ଛନ୍ଦା ।

ମୋଗଲ ଇଶାଇ    ବୁଦ୍ଧ ଜୈନ ପାର୍ସୀ

      ବିବିଧ ସମ୍ପ୍ରଦାୟ,

ଉଦବୁଦ୍ଧ ସର୍ବେ     ସନାତନ ଭୂମେ

     ଗାଇ ଭାରତର ଜୟ ।

ଆସ ଆସ ଭାଇ  ନେବାହେ ସଙ୍କଳ୍ପ

     ଗଢିବା ନବ ଭାରତ,

ବିଶ୍ବ ବୁକୁରେ       ସ୍ବର୍ଣ୍ଣ ଅକ୍ଷରେ

     ଜାତି ହେଉ ଲିପିବଦ୍ଧ ।

ଶୁଭ ଲଗନର    ଅମୃତ ବେଳାରେ

      ଅମୃତ ମହୋତ୍ସବ,

ଘରେଘରେ ଦେଖ   ଉଡୁଛି ତ୍ରିରଙ୍ଗା

    ଗାଇ ଅତୀତ ଗରବ ।।



Rate this content
Log in

Similar oriya poem from Inspirational