Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Comedy Inspirational Others

3  

ବି. ନିରୁପମା

Comedy Inspirational Others

ଅଜା ଯାଇଥିଲେ ସିନେମା ଦେଖି

ଅଜା ଯାଇଥିଲେ ସିନେମା ଦେଖି

1 min
197



ବୁଢ଼ା ବୟସରେ କରି ସଉକି,

ସ୍ନୋ, ପାଉଡର, ଅତର ମାଖି

ମାହେନ୍ଦ୍ର ବେଳାରେ ସଜବାଜ ହୋଇ

ଅଜା ଯାଇଥିଲେ ସିନେମା ଦେଖି ।


ଫିନିଫିନି ଧୋତି, ପଞ୍ଜାବୀ ପିନ୍ଧି,

ଟାଇଟନ ଘଡ଼ି ହାତରେ ବାନ୍ଧି 

ପାକଲା କେଶକୁ କଳା କରି ପୁଣି

ପାକୁଆ ପାଟିରେ ପାନକୁ ଯାକି ।

ଅଜା ଯାଇଥିଲେ ସିନେମା ଦେଖି...


ପାଦରେ ସେ ଦାମୀ ଚପଲ ମାଡ଼ି,

ହାତେ ଧରିଥିଲେ ବଙ୍କୁଲୀ ବାଡ଼ି

ପଲିଥିନ ମୁଣି କାନ୍ଧେ ଟାଙ୍ଗି, ଆଉ

ଚାଳିଶା ଚଷମା ଆଖିରେ ଯୋଖି ।

 ଅଜା ଯାଇଥିଲେ ସିନେମା ଦେଖି...


ସବୁଠୁ ଦାମିକା ଟିକେଟ ନେଇ,

ସିନେମା ହଲରେ ପଶିଲେ ଯାଇ

ଆରମ୍ଭିଲେ ସେଠି ବକ୍ତୃତା ତାଙ୍କର

ଶୁଣି ସବୁଲୋକ ଗଲେ ଚମକି ।

ଅଜା ଯାଇଥିଲେ ସିନେମା ଦେଖି...


କହିଲେ-"ହଅକ ପଇସା ଦେଇ,

ପଛରେ କାହିଁକି ବସିବି ମୁହିଁ

ମଜାଟା ତୁମର ନିକାଲି ଦେବି ମୁଁ

କହୁଅଛି ଛାଡ଼ ଆଗ ଚଉକି ।

ଅଜା ଯାଇଥିଲେ ସିନେମା ଦେଖି...


ଫିଟିଲା ପରଦା ବାଜିଲା ବାଜା,

ସବା ଆଗେ ବସି ଦେଖିଲେ ଅଜା

କିଏ ସେ ହସୁଛି, କିଏ ସେ କାନ୍ଦୁଛି,

କିଏ ବା ନାଚୁଛି ଗୀତ ଗାଇକି ।

ଅଜା ଯାଇଥିଲେ ସିନେମା ଦେଖି...


ସେତିକିବେଳକୁ ଖଳନାୟକ,

ଆସି ଜଣଙ୍କର ମୋଡ଼ିଲା ବେକ

ଅଜା ତ ଆମର ଦୟାର ସାଗର

ପାରିଲେନି ସହି ଏ ଦୃଶ୍ୟ ଦେଖି ।

ଅଜା ଯାଇଥିଲେ ସିନେମା ଦେଖି...


ହୃଦୟ ତାଙ୍କର ହୋଇଲା ହାଣି,

ସଙ୍ଗେ ସଙ୍ଗେ ବଙ୍କା ବାଡ଼ିକୁ ଆଣି

ଖଳନାୟକକୁ ପିଟିଲେ ପାହାରେ

ସିନେମା ପରଦା ଗଲା ଯେ ଫାଟି ।

ଅଜା ଯାଇଥିଲେ ସିନେମା ଦେଖି...


କହିଲେ-"ସେଇଟା ଏଡ଼ିକି ଦୁଷ୍ଟ,

ବିନା ଦୋଷେ ଆନେ ଦେଉଛି କଷ୍ଟ

ଆଚ୍ଛା ପାନେ ତ ମୁଁ ଦେଇଛି ତାହାକୁ

ଖୁସି ହେବେ ସର୍ବେ ମୋ ମୋ କାମ ଦେଖି ।

ଅଜା ଯାଇଥିଲେ ସିନେମା ଦେଖି...


ଦେଖି ଅଜାଙ୍କର ଏମିତି କାମ,

କିଛି ଦରଶକ ହୋଇ ଗରମ

ଗରଜନ କରି ଅଜାଙ୍କୁ ଆମର

ଉତ୍ତମ, ମଧ୍ୟମ ଦେଲେ ଯେ ସେକି ।

ଅଜା ଯାଇଥିଲେ ସିନେମା ଦେଖି...


ଖାଇ ସଭିଙ୍କଠୁ ଏମିତି ମିଠା,

ଅଜାଙ୍କର ତେଣେ ବୁଡ଼ିଲା ଚେତା

ଜାଣିପାରିଲେନି କେଣେ ଗଲା ଛତା,

କେଣେ ଗଲା ବାଡ଼ି କେଣେ ମୁଣିଟି ।

ଅଜା ଯାଇଥିଲେ ସିନେମା ଦେଖି...


ଚେତାଟା ଫେରିଲା ଯେତିକି ବେଳେ,

ଦେଖିଲେ ସେ ବଡ଼ ମେଡିକାଲରେ

ଚାରିପାଖେ ଗାଆଁ ଲୋକଙ୍କର ଭିଡ଼

ନାତି ନାତୁଣୀଏଁ କରନ୍ତି ପାଟି ।

"ଅଜା ଯାଇଥିଲେ ସିନେମା ଦେଖି।




Rate this content
Log in

Similar oriya poem from Comedy