Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kamal kumar dash

Romance Tragedy Thriller

3  

kamal kumar dash

Romance Tragedy Thriller

ଅଛି ସେ ତୁଠ ପଥର

ଅଛି ସେ ତୁଠ ପଥର

1 min
320



   

 କିଛିତ ତୁମର     ପ୍ରୀତିର ଅସର 

     ଅଉ କିଛି ବରଷାର 

କିଛି ନିଶା ମୋର ମନେ ଅଛି ଆଜି 

      ତୁମ ପ୍ରଥମ ଦେଖାର ।


 ସେ ପୋଖରୀ ଅଛି ସେଇ ତୁଠ ଅଛି 

     ଅଛି ସେ ତୁଠ ପଥର 

 ତୁମେ ନାହଁ ବୋଲି  ସବୁ ଖାଲି ଖାଲି 

      ଲାଗୁନି କିଛି ନିଜର ।


ସେଇ ତୋଟା ଅଛି     କୋଳି ବି ଫଳିଛି 

      ତୋଳି ବାକୁ ମନ ନାହିଁ 

ବଉଳ ର ଫୁଲ         ଆଜି ବି ଫୁଟିଛି 

     ହେଲେ ତା ସୁବାସ ନାହିଁ ।


କୁଆଁର ପୂନେଇଁ        ଜହ୍ନବି ଆସିଛି 

     ବlଦଲେ ଘୋଡାଇ ହୋଇ 

ତୁମେ ନାହଁ ବୋଲି     ମୁଂହ ହେଖାଉନି 

     ଚାନ୍ଦ ମୁଁ ପାରୁନି ଖାଇ ।


ତୁମେ ମୋ ପାଖରେ    ଫେରିବ କି ନାହିଁ       

        କିଛି ମୁଁ ପାରୁନି ଜାଣି  

 ହେଲେ ମୋ ସୃତିରେ     ରହିଥିବ ତୁମେ 

       ସବୁ ଦିନ ସାଥି ହୋଇ ।



Rate this content
Log in

Similar oriya poem from Romance