STORYMIRROR

Bhagirathi Sarangi

Abstract Fantasy

2  

Bhagirathi Sarangi

Abstract Fantasy

ଅବଶୋଷ

ଅବଶୋଷ

1 min
90


ମୋର ବି ଇଚ୍ଛା ହୁଏ କବିତା ଲେଖିବାକୁ


ଅନାମଧେୟ ହେଉ ପଛେ କବିଟିଏ ହେବାକୁ,


ମୁଁ ବି କବିତା ଲେଖନ୍ତି ସମୁଦ୍ରର ଉଦାରତାକୁ ନେଇ


ଯଦି ସାତ ସମୁଦ୍ର ପାଲଟି ଯାଆନ୍ତା ଭାତସମୁଦ୍ରଟିଏରେ,


ପିଇବାକୁ ପାଣି ତ ପାତାଳ ଦିଅନ୍ତା,


କାହାରି ପେଟବି ଅପୂରା ରହନ୍ତାନି,


ବିଶ୍ଵଦରବାରରେ ନିଜର ଭୋକିଲା ପୁଙ୍ଗୁଳା ପେଟକୁ ଦେଖାଇ,


ମୋ ଜାତୀୟତାକୁ ଭର୍ତ୍ସିତ କରନ୍ତେନି ଫାନସପୁଞ୍ଜିମାନେ।


ମୁଁ ବି କବିତା ଲେଖନ୍ତି ନୀଳ ଆକାଶର ବିମୁଗ୍ଧ ବର୍ଣୋତ୍ସଵକୁ ନେଇ,


ଯଦି ସତରେ ଆକାଶର ଜହ୍ନ ଖସି ଆସନ୍ତା ମୋ କାହ୍ନୁର ହାତମୁଠାକୁ,


ତାରାଫୁଲ ମାନେ ଆସି ସଜେଇ ହୁଅନ୍ତେ ମୋ ପ୍ରିୟାର ଚୂର୍ଣ୍ଣ କୁନ୍ତଳ କବରୀରେ।


ମୁଁ ବି କବିତା ଲେଖନ୍ତି ଅଧୁନାତନ ରାଜନୀତି କୁ ନେଇ,


ଯଦି ପ୍ରକୃତରେ ଆଜିର ରାଜନୀତି ରାଜାଙ୍କର ନୀତି ହୋଇଥାନ୍ତା,


ରାଜାଜ୍ଞା ଅବଜ୍ଞା ରେ ବାସର ରାତିରେ ଏଠି କ୍ଳୀବ ହେଉନଥାନ୍ତେ ଚନ୍ଦ୍ରସେନା ମାନେ,


ତଥାପି, ମୁଁ ହେଇପାରିଥାନ୍ତି ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର କବି,


ଯଦି କିଛି ଦୁର୍ବୋଧ୍ୟ ଭାବ ଓ କ୍ଳିଷ୍ଟ ଶବ୍ଦାବଳୀର ଅଡ଼ୁଆ ଜାଲ ଭିତରେ ଛନ୍ଦିଦେଇ,


ଆକ୍ତାମାକ୍ତା କରିପାରିଥାନ୍ତି ପାଠକର ବୋଧଗମ୍ୟତାକୁ।


ଏସବୁ ମୁଁ କରିପାରିଲିନି,


ତେଣୁ ନା ମୁଁ କବିତା ଲେଖିପାରିଲି,


ନା ମୁଁ କବିଟିଏ ହେଇପାରିଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bhagirathi Sarangi

ଅବଶୋଷ

ଅବଶୋଷ

1 min ପଢ଼ନ୍ତୁ

Similar oriya poem from Abstract