Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Inspirational

3  

Bijoy Jena

Inspirational

ଅଭ୍ୟାସ ବଳରେ

ଅଭ୍ୟାସ ବଳରେ

1 min
180



ଅଭ୍ୟାସ ବଳରେ ବିଶ୍ୱାସ ଜନ୍ମଇ 

    ଅସମ୍ଭବ ତ ସମ୍ଭବ

ପୂଜନ ଗାୟନ ଅବା ଅଧ୍ୟୟନ

    ହୃଦୟେ ଲଗାଏ ଭାବ।


ଭକ୍ତ ସାଲବେଗ ପ୍ରଭୁଙ୍କ ପଦରେ

   ନିତି କରି ସମର୍ପଣ

ଅସୁସ୍ଥ ରୁ ଦିନେ ମୁକ୍ତ ହୋଇଥିଲେ

   ଲେଖିଲେ କେତେ ଜଣାଣ।


ବଳରାମ ଦାସ ସେ କାଳ ସମାଜ

    ନାରୀ ପ୍ରତି ଅବିଚାର

ଲକ୍ଷ୍ମୀ ପୁରାଣ ରେ ବର୍ଣ୍ଣନା କରନ୍ତି

    କେତେ ରଙ୍ଗେ ଦେଇ ସ୍ଵର।


ବନ୍ଧୁ ମହାନ୍ତିଙ୍କ ବନ୍ଧୁତା ରଖିଲେ

    ବିଶ୍ୱାସରେ ଜଗନ୍ନାଥ

ଦାସିଆ ବାଉରୀ ନାରିକେଳ ନେଇ

    ଭକତିର ରଖି ଟେକ।


ଅଭ୍ୟାସ ବଳରେ ଶବରୀର କୋଳି

    ଅଇଁଠାରେ ମନ ରଖି

କାଳ କାଳ ପ୍ରଭୁ କୀର୍ତ୍ତି ରଖିଗଲ

    ଶବରୀର ମନଲାଖି।


ସତ୍ୟର ପଥରେ ସର୍ବଦା ଚଳିବା

    ଅଭ୍ୟାସରେ ହୁଏ ସିଦ୍ଧ

ଜନମ ଜନମ କଳୁଷ ହଟିବ

    ଏଥିରେ ରଖ ହେ ଚିତ୍ତ।



Rate this content
Log in

Similar oriya poem from Inspirational