STORYMIRROR

DILIP KUMAR SAHOO

Inspirational Others

4  

DILIP KUMAR SAHOO

Inspirational Others

ଅଭିନୟ

ଅଭିନୟ

1 min
538


 ସ°ସାର ହାଟ ରେ ସ°ସାର ହାଟ

କେତେ ଅଭିନେତା କେତେ ଅଭିନୟ

ନିତି ନୂଆନୂଆ ନାଟ

 ସ°ସାର ହାଟରେ ସ°ସାର ହାଟ...


 ନାୟକ ନାୟିକା ଖଳ ନାୟକ ଙ୍କ

 ଦିନରାତି ଚାଲେ ଖେଳ

ଅଭିନୟ ସବୁ କରୁକରୁ ଏଣେ

ସରିଯାଏ କାର ଖେଳ

ଏକା ଆସି ଥାଏ ଏକା ଯାଏ ଫେରି

ଲୋଡାତ ଛଖଣ୍ଡ କାଠ

ସ°ସାର ହାଟରେ ସ°ସାର ହାଟ...


ପାପ ସାଥେ ପୂଣ୍ୟ ଖେଳେ ଛକି ଶୂନ

ଦୋଛକିରେ ଠିଆ ହୋଇ

ମନ ସାଥେ ଲଢେ ବିବେକ ସେଇଠି

ହସୁଥାନ୍ତି ଖରା ଛାଇ

ଅଭିନୟ ରଙ୍ଗ ବଦଳି ଯାଏରେ

ଦ୍ବନ୍ଦ ତ କାଢଇ ହଟ

ସ°ସାର ହାଟରେ ସ°ସାର ହାଟ...


ନିଜକୁ ଯିଏ ତ ବୁଝିପାରେ ସିଏ

ଅଭିନୟ କରେ ଭଲ

ଅବୁଝା ହୋଇଲେ ଆଜି ନହେଲେବି

କାଲି ହେବ କଲବଲ

କଳା ସାଆନ୍ତ ଙ୍କୁ ଭଜିଲେ ନିଇତି

ଦେଖାଇବେ ଭଲ ବାଟ

ସ°ସାର ହାଟରେ ସ°ସାର ହାଟ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational