STORYMIRROR

Panchanan Jena

Abstract

3  

Panchanan Jena

Abstract

ଅଭୀପ୍ସା

ଅଭୀପ୍ସା

1 min
11.4K


କ୍ୟାଲେଣ୍ଡରରେ ମାର୍ଚ୍ଚ ମାସ ଆସିଲେ 

କାହିଁକି କେଜାଣି ମନେ ମନେ 

ଅଗଣିତ ସପନ-ମନନ-ମନ୍ଥନ –ଚିନ୍ତନ

ଅନଗିନତ ଆଶା –ଆକାଂକ୍ଷାର ଅୟୁତ ନିୟୁତ ସୋପାନ  

ଅସୁମାରି ଇଚ୍ଛା-ଅଭୀପ୍ସା ସବୁ 

କଡଲେଉଟୁଥାନ୍ତି ମନ ଅଗଣାରେ 

ଥୁକୁଲ-ଥାକୁଲ ଗୁରୁଣ୍ଡି-ଗୁରୁଣ୍ଡି 

ସମ୍ବାଳୁଆ ପରି ଲମ୍ବିଯାନ୍ତି 

ସଜନା ଗଛର ଗଣ୍ଡିରେ ଆକ୍ତା ମାକ୍ତା 

ବରଗଛ ଓହଳ ପରି 

ଗଗନୁ ଧରାକୁ

କାହିଁକି କେଜାଣି ମନେ ମନେ ----- ୧ 


କ୍ୟାଲେଣ୍ଡରରେ --------

ଗାଁର ଭିଟାମାଟି ପୋଖରୀତୁଠର ମେଳି

ତୋଟାମାଳର ସୁଲୁସୁଲିଆ ବା’ ଆମ୍ବ ପଣସ କୋଳି 

ଡାକେ ହାତଠାରି 

ମା’ର ଶାଗ-ଖରଡା ବଡି-ଚୁରା

ଚୂନାମାଛ ପତ୍ର-ପୋଡା  

ପଖାଳ କଂସା ଆଉ ହାକୁଟି 

ମାଳୀ କାକୀର ନିମ୍ବ ଫୁଲ ସଜନା ଛୁଇଁ ଭଜା 

କଅଁଳ ଛାତିର ସ୍ମୃତି ଧାରାକୁ ମନ ନଈକୂଳେ

ତାଜା କରିଦିଏ 

ଆଖି ଡବ ଡବ ଛଳ ଛଳ 

କାହିଁକି କେଜାଣି ମନେ ମନେ -----୨


କ୍ୟାଲେଣ୍ଡରରେ --- ----- ----

ଛୁଇଁଦିଏ ଚଗଲା ଫଗୁଣ 

   ବାଉଳା ହୁଏ ମୋ ମନ 

ମନେ ପଡେ ବାସନ୍ତୀ ସନ୍ଧ୍ୟାର ନିରୋଳା ପ୍ରହର 

   ସନ୍ତାପୀ ଉଠେ ମୋ ସୁପ୍ତ ଯୌବନ 

ବାସି ପଡେ ରେଶମୀ ରୋମାଲ 

   ଖୋଜି ବସେ ସ୍କୁଲର ସେ ହଜିଲା ଦିନ  

ଫୁଟି ଉଠେ ପୀରତି ଶେଫାଳି 

    କାମନା କାନନେ ତନୁ-ମନ-ଉପବନ 

ଚୁମିଯାଏ ମଉଳା ପରଶ 

 ଆଖିରେ ଆଖିଏ ଲୁହ ପୁଞ୍ଜିଭୂତ କୋହ 

କାହିଁକି କେଜାଣି ମନେ ମନେ -----୩


କ୍ୟାଲେଣ୍ଡରରେ --- ----- ----

ଶ୍ରୀମତୀ କିନ୍ତୁ ରାଗରେ ଗରଗର 

ପରୀକ୍ଷା ମାସଟା 

ପିଲାଙ୍କୁ ଟିକେ ଦେଖ 

ଫଳ ମିଳିବ ଜିତିବାର 

ମୋବାଇଲ ଟିକେ କମ ଟିପ 

ଖବର ଆଉ ଖବର କାଗଜ ଟିକେ କଣ୍ଟ୍ରୋଲ କର  

ଏପ୍ରିଲ ମାସରେ ବୁଲିଯିବା କୁଲୁ-ମାନାଲି-ଶୀନଗର 

କାହିଁକି କେଜାଣି ମନେ ମନେ -----୪


କ୍ୟାଲେଣ୍ଡରରେ --- ----- ----

କୁଆଡୁ ଆସିଲା ସର୍ବଗ୍ରାସି 

କାରୋନା ମହାମାରୀ କୋଭିଡ-୧୯

ବିଶ୍ଵ ଦେଶ ରାଜ୍ୟ ନଗର ସହର 

ପୁରା ଷଟଡାଉନ ଲକଡାଉନ 

ଶୁନ ଶାନ ରାଜରାସ୍ତା 

ନିସ୍ତବ୍ଧ ଅପରାହ୍ନ 

ନିସଙ୍ଗ ସନ୍ଧ୍ୟା 

ଆଉ ଗୃହବନ୍ଦୀରେ 

ଅଣନିଶ୍ଵାସୀ ହେଲାଣି ଜୀବନ 

ସବୁ ଜୀବନ୍ତ ଥିଲେ ବି 

ନିର୍ଜୀବ ଲାଗୁଛି ସଞ୍ଜ ଦିନ 

ଅଗଣିତ ଅନଗିନତ ଅସୁମାରି ଇଚ୍ଛା –ଅଭୀପ୍ସା 

ପାଉଁଶ ହେଲାଣି କରୋନାର କରାଳ ଲେଲିହାନ ଶିଖାରେ 

କାହିଁକି କେଜାଣି ମନେ ମନେ 

କ୍ୟାଲେଣ୍ଡରରେ ମାର୍ଚ ୨୦୨୦ ସରୁ ସରୁ |


Rate this content
Log in

Similar oriya poem from Abstract