STORYMIRROR

Sunanda Mohanty

Abstract Others

3  

Sunanda Mohanty

Abstract Others

ଅଭିବ୍ୟକ୍ତି

ଅଭିବ୍ୟକ୍ତି

1 min
167

ଏଇ ଜୀବନଟା ଏକ ନାଟକ 

ପ୍ରତିଟି ଅଙ୍କରେ ସୁଖ ଦୁଃଖ ପୁଣି ଅନେକ 

କଳାକାର ଆମେ ସଂଳାପ ଶବ୍ଦ ବାହକ 

ସତ ରଙ୍ଗମଞ୍ଚ ,ମିଛ ମୁଁହ ଧାରୀ ବଣିକ 

ନାୟକ ନାୟିକା ,ଦିନେ ହେବା ପଳାତକ 

ପୃଥିବୀ ଘୁରୁଛି ,ଆମେ ସବୁ ଅଳୀକ 

ପ୍ରକୃତି ରହିଛି,ଫେରିଯିବା ପାଶେ,ମାଲିକ 

ନିର୍ଣ୍ଣୟ ନିର୍ଣ୍ଣାୟକ ହେବାକୁ ଅଛନ୍ତି ଉପରେ ନିୟନ୍ତ୍ରକ 

ସବୁ ଆଶୀର୍ବାଦ ଅଜାଡ଼ି ,ଧରି ରଖିଛନ୍ତି ପୁଲି ଗୋଟିକ 

ପ୍ରକୃତି ନାଚୁଛି ପକ୍ଷୀ ବି ଗାଉଛି ,ନଦୀ ବହୁଛି ଅନେକ 

କିଏ ଏଠି କାହାର ନୁହେଁ ମାୟା ମୋହେ ବନ୍ଧା ସବୁଯାକ 

ଜୀବନ ର ଡ଼ଙ୍ଗା ଜୁଆର ଭଟ୍ଟା ରେ ଜୀବନଯାକ 

କେବେ ସେ ଆହୁଲା କେବେ ସେ ତଲେଇ ରକ୍ଷକ 

ବାରମାସ ବିତେ ବର୍ଷ ମାସ ଦିନ ଦଣ୍ଡ ଯେତେ ସତେ ଯୌତୁକ 

ଆଜି କାମ ଆଜି କରିଗଲେ ଛାଡ଼ିଦେବ ହୁଏତ ତକ୍ଷକ 

କର୍ମଫଳ ଘେନି ଫେରିଯିବାନାହିଁ କେବେ ବୈକୁଣ୍ଠ 

ତଥାପି ଭାବନା ହେଉ ସାତ୍ଵିକ ଆଉ ନୈସର୍ଗିକ 

ଜୀବନର ତରୀ ଆହୁଲା ମାରି ନାଉରୀ ଆମେ ବାହାକ 

କୂଳ ରେ ଅବା ଥଳ ରେ ଅବା ମଝିଦରିଆକୁ ନେବେ ଡାହୁକ

ଜୀବନେ ଜୀବିତ ଥିଲାବେଳେ କେତେ କୁହୁକ 

ସତରେ ପୁଲକ ଭିତରେ ଜୀବନେ ଏମିତି ମହକ 

ଜୀବନ ର ଦୁଇ ପାଖରେ ଦୁଇ ନିଆଁ ଭିତରେ ଆମେ ହୁଏତ ବାହକ 

ସର୍ଜନା ସୃଜନୀ ଭିତରେ କେବେ କେ କବି ଗାଳ୍ପିକ 

ଆଶା ଅସୁମାରୀ କାଳଜୟୀ ହୁଅନ୍ତାକି ପୃଷ୍ଠେ ଲେଖୁ ଲେଖୁ ଲେଖକ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract