STORYMIRROR

Jayanti Meher

Abstract

4  

Jayanti Meher

Abstract

ଆତ୍ମ ନୈବେଦ୍ୟ

ଆତ୍ମ ନୈବେଦ୍ୟ

1 min
183

  


ଲୁହ ଟୋପେ ତୁମ ପାଇଁ

  ଏ ଆଖିରୁ ଝରିନି ତ କେବେ 

     ତୁମପାଇଁ ଲେଖିବାକୁ ....

       ଭାଷା ଟିଏ ଫୁଟୁନିତ ଏବେ ! 


 ମନ ମୋର ସ୍ଥିର ହୋଇ 

   ତୁମକଥା ଭାବି ନାହିଁଁ ଏତେ

     କିଏ ତୁମେ ସୃଷ୍ଟିକର୍ତ୍ତା

      କାହିଁକି ବା ଗଢିଅଛ ମୋତେ!


ହାତ ମୋର ଯାଇନି ତ 

  ଆବେଗ ଉଲ୍ଲାସେ

   ମନଉପବନୁ, ଦେବାକୁ କୁସୁମ ଟିଏ          

    ଶ୍ରଦ୍ଧାଭରା, ପ୍ରେମଭରା ,

          ଉପହାର ଭାବେ।       


 ହୃଦୟର ସିଂହାସନେ ତୁମକୁ ବସାଇ

    ପୂଜିନି ତ ପ୍ରଭୂ କେବେ

          ଉଲ୍ଲସିତ ହୋଇ!


 ଆରତୀ ଦେଇନି କେବେ

 ଦେଇନି ତ ମଲ୍ଲୀ ବା ମାଳତୀ

  ନିବିିଡ଼ ଭାବରେ କେବେ ଚିନ୍ତି ନାହିଁଁ

     ତୁମରି ସେ ମଧୁର ମୂରତି!


 ହେ ସ୍ରଷ୍ଟା !

  ଅଣୁରେ ଅଣୁରେ ଏ ସାରା ସୃଷ୍ଟି ର

   ତୁମରି ମହାନ୍ ସତ୍ତା ଉଠଇ ଗୁଞ୍ଜରି


 ଏଇ ମାଟି ଏ ମହା ଗଗନେ

   ବହ୍ନି ଆଉ ଏ ପାଣିପବନେ

     ସମୁଦ୍ର ର ପ୍ରତି ଟି ଲହରେ

       ମଣିଷ ର ପ୍ରତି ଟି ନିଶ୍ଵାସେ


 ତୁମରି ରଚିତ କ୍ଷୁଦ୍ର ଏଇ ପୃଥିବୀର

  କ୍ଷୁଦ୍ରାଦପିକ୍ଷୁଦ୍ର ଅଟେ ମୁଁ ଏକ ମାନବ

     ଅନୁଭବି ପାରେନାହିଁ

        ତୁମେ ଯେ ବିରାଟ ପ୍ରଭୁ 

            ତୁମେ ଯେ ଅସୀମ !


 ହେ ସର୍ବବ୍ୟାପୀ....

  ଦିଅ ଏକ ପ୍ରସାରିତ ଉଦାର ଅନ୍ତର

    ସଂକୁଚିତ ହୃଦୟ ମୋ

      ହୋଇଯାଉ ପ୍ରେମରେ ଆପ୍ଲୁତ


 ତୁମରି ସେ ମଞ୍ଜୁସ୍ବନ ମୂରଲୀର ଗୀତ

   ମୋ ହୃଦୟ କୋଣେ କୋଣେ

     ହେଉଥାଉ ସଦା କଲ୍ଲୋଳିତ....


 କ୍ଷୁଦ୍ର ମୁଁ ନିଜକୁ ହଜାଇଦିଏ....

    ତୁମରି ସେ ଅନନ୍ତ ଲୀଳାରେ

      ସାର୍ଥକ ହେଉ ପରାଣ 

       ଏ ଧରା ଭୂଇଁ ରେ....


ହୃଦୟ ସମ୍ରାଟ ହେ !

 ଆସ ଆଜି ଏ ହୃଦର ନିଭୃତ ଆଳୟେ    

  ସ୍ଥାପିତ ହୁଅ ହେ ପ୍ରଭୁ ! ହୁଅ ପ୍ରତିଷ୍ଠିତ

   ଘେନ ମୋର ଏ ଆତ୍ମ ନୈବେଦ୍ୟ !

  

         


Rate this content
Log in

Similar oriya poem from Abstract