STORYMIRROR

Jayanti Meher

Inspirational

3  

Jayanti Meher

Inspirational

ଜୀବନ

ଜୀବନ

1 min
279

ଜୀବନ

ଏକ ଅବୋଧ୍ୟ କବିତା !

କେବେ ଛନ୍ଦମୟୀ ପଂକ୍ତି ତ

କେବେ ଜଟିଳ ଶବ୍ଦର ବ୍ୟଞ୍ଜନା

ପରିଚିତ ଶବ୍ଦ ସମୂହରେ

କେବେ କେବେ ସେ ଅପରିଚିତା !

ଜୀବନ 

ଏକ ଅବୋଧ୍ୟ କବିତା!


ସଂଜ୍ଞା ତା'ର ବୁଝିବାକୁ

ଲାଗିଯାଏ ତମାମ୍ ଆୟୁଷ

ସରିଯାଏ ଶବ୍ଦକୋଷର

ଯାବତୀୟ ଅର୍ଥ

ବ୍ୟର୍ଥ ଯାଏ ଯେତେ ଅଭିଜ୍ଞତା !

ଜୀବନ

ଏକ ଅବୋଧ୍ୟ କବିତା !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational