STORYMIRROR

kamal kumar dash

Tragedy

3  

kamal kumar dash

Tragedy

ଆସୁଥାଅ ସପନରେ

ଆସୁଥାଅ ସପନରେ

1 min
356


ଆଜି ବି ରହିଛି  ତୁମରି ଟିକିଲି 

  ମୋ ଘର ର ଆଇନରେ 

ଆଜି ବି ରହିଛି  ତୁମରି କବିତା 

   ମୋ ପୁରୁଣା ଡାଇରୀରେ (1)


ଆଜିବି ଲେଖୁଛି ସପନ ଦେଖୁଛି 

  ଭାବେ ତୁମ କଥା ଥରେ 

ଜୀବନ ବାଟରେ ଚାଲିବା ଶିଖୁଛି 

   ତୁମେ ଏଠୁ ଗଲା ପରେ (2)


ମନ ମନ କଥା    କାହାକୁ କହିବି 

   କିଏ ବୁଝାଇବ ମତେ 

ଏକା ଏକା ବସି  ମାନକୁ ବୁଝାଏ 

   କେମିତି ଭୁଲିବି ତତେ (3)


ଜାଣିଚି କେବେବି ଫେରିବନି ତୁମେ 

   ଏଇମୋର ଦୁନିଆଁରେ 

ସତରେ କେବେବି  ନ ଆସ ପଛକେ 

   ଆସୁଥାଅ ସପନରେ (4)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy