ଆସ ବଦଳିବା
ଆସ ବଦଳିବା


ସର୍ବେ କହୁଛନ୍ତି ସର୍ବେ ସ୍ଵାର୍ଥପର
ସର୍ବେ ସ୍ଵାର୍ଥପର ବୋଲି,
ସର୍ବେ ବୋଲୁଛନ୍ତି ସଭିଏଁ ତ ଏଠି
ଅଭିନୟ କରନ୍ତି ବୋଲି।
ମିଛୁଆ ଲାଞ୍ଚୁଆ ଖଚୁଆ ପେଞ୍ଚୁଆ
ସଭିଏଁ ସଭିଙ୍କୁ କହେ,
ମିଛମାୟା ଭରା ଏ ସାରା ଜଗତ ଏଠି
କାଳେ କେହି ତ କାହାର ନୁହେଁ,
ସଚ୍ଚା ମଣିଷ ଏ ଜଗତରେ ଭାଇ
ତାହେଲେ କଣ କେ ନୁହେଁ।
ଆନକୁ ବଦଳି ପାରିବା ତ ନାହିଁ
ନିଜେ ଯିବାରେ ବଦଳି,
ଆମେ ବଦଳିଲେ ସବୁ ବଦଳିବେ
ଭାଗ୍ୟ ବି ଯିବ ବଦଳି,
ପରାମର୍ଶ କେବେ କାହାକୁ ନ ଦେଇ
ନିୟତରେ ସଦା ଚଳି।
ସତ କହୁଥିବା ଭଲ କରୁଥିବା
ଯିବା ସତ୍ୟପଥ ଅନୁସରି,
ପରୋପକାରରେ ଦିନ ବିତାଇବା
ବିଭୁନାମ ସଦା ସ୍ମରି ସ୍ମରି।