ଆରେ ମେଘ ଆ
ଆରେ ମେଘ ଆ
ଆ ରେ ମେଘ ଆ
ବସାଇ କୋଳେ ରାଣୀକୁ ମୋର
ଦେଖାଇଦେବୁ ଜହ୍ନ ର ଘର
ସରଗସାରା ଯେତେକ ଜାଗା
ବୁଲାଇ ନେଇ ଆ ।
ଆ ପବନ ଆ
ଉଡାଇ ଧୂଳି ପତର ଫୁଲ
ରାଣୀ ସାଙ୍ଗରେ ଖେଳିବୁ ଖେଳ
ଝଗଡା କଲେ ତୋ ସାଥିରେ ବୁଝାଇ ଦେଇ ଯା ।
ଆ ରେ ପକ୍ଷୀ ଆ
ରାଣୀ ସାଥିରେ ବସିବୁ ମିତ
ଶିଖାଇ ଦବୁ ନାନାଦି ଗୀତ
ଦୃଷ୍ଟାମୀ କଲେ ଫୁରକିନା ଦୂରକୁ ଉଡି ଯା ।
ଆ ରେ ସାଇ ଆ
ରାଣୀ ସାଥିରେ ହରଷେ ମିଶି
ଖେଳନା ଧରି ହେବୁ ତୁ ଖୁସି
ଦିଜଣ ଯାକ ହସି ହସିକି ବେଦମ ହେଇଯା ।
