STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ଆମେରେ ଅମୃତ ସନ୍ତାନ

ଆମେରେ ଅମୃତ ସନ୍ତାନ

1 min
207


ଆମେ ରେ ଅମୃତ ସନ୍ତାନ

      ମହାପ୍ରଭୁଙ୍କ ବରଦାନ 

ତାଙ୍କ ଆଶିଷେ ଏ ଜୀବନ

      ସ୍ୱଚ୍ଛ ସୁନ୍ଦର ସୁସ୍ଥ ମନ।


ଅଶେଷ ବୁଦ୍ଧି ବିଦ୍ୟା ଜ୍ଞାନ

     ଦେଇଛନ୍ତି ଯେ ଭଗବାନ 

ରଖିବାକୁ ଆମର ଧ୍ୟାନ

     ହୃଦେ ଅଛନ୍ତି ବିଦ୍ୟମାନ।


ପ୍ରତିକ୍ଷଣର ସେ ସ୍ପନ୍ଦନ

      ଜୀବନୀ ଶକ୍ତିର ଇନ୍ଧନ 

ଆତ୍ମା ଅମର ଚିରନ୍ତନ

     ପ୍ରେମ ଶାଶ୍ୱତ ସନାତନ।


ରହି ସେ ଜାଗ୍ରତ ଚେତନ

      ପ୍ରେରଣା କରନ୍ତି ପ୍ରଦାନ 

ନିର୍ଦ୍ଦେଶେ ହୋଇ ଆଗୁଆନ

     ସ୍ୱଧର୍ମ କରୁ ଯେ ପାଳନ।


ଆମେରେ ଅମୃତ ସନ୍ତାନ

     ଏ ବସୁଧାରେ ଭାଗ୍ୟବାନ 

ପ୍ରକୃତି କରେ ସବୁ ଦାନ

     ଖାଦ୍ୟ ବସ୍ତ୍ର ଆଶ୍ରୟସ୍ଥାନ।  


ସେବାର ରହିଛି ବିଜ୍ଞାନ

     ସମସ୍ୟା କରେ ସମାଧାନ 

ଆଖିର ଯେତେକ ସପନ

      ଅଚିରେ ହୁଅଇ ପୂରଣ।


ଶିକ୍ଷା ସ୍ୱାସ୍ଥ୍ୟ ସେବା ଯତନ

     ସୁରକ୍ଷିତ କରେ ପରାଣ 

ଅତୁଟ ଆମର ବନ୍ଧନ

      ସଂପର୍କ ପବିତ୍ର ଅମ୍ଳାନ।


ଜନ୍ମ ଜନ୍ମାନ୍ତରେ ଅଭିନ୍ନ

      ସ୍ଥୂଳ ସୂକ୍ଷ୍ମରେ ଅବସ୍ଥାନ 

ବ୍ରହ୍ମର ଜୀବ ଅଂଶମାନ

     ପରମରେ ହୁଏ ବିଲୀନ।


ଆମେ ରେ ଅମୃତ ସନ୍ତାନ

      ହସି ହସାଉ ତ୍ରିଭୁବନ 

ଉଡାଉ ଆକାଶରେ ଯାନ

     ସାଗରେ କରୁ ସନ୍ତରଣ।


ବିକାଶ ପ୍ରକାଶରେ ମନ

     ଜୀବର ସ୍ୱଭାବ ଲକ୍ଷଣ 

ସର୍ବଦା କରି ଶୁଭ ଚିନ୍ତନ

    ସଂସାରେ ଆଣେ ଜାଗରଣ।


ମୁଖର ମଧୁର ବଚନ

     ସତ୍ୟ ଅହିଂସା ଆଚରଣ 

ବଢାଏ ଆମର ସମ୍ମାନ

     ଶୀର୍ଷକୁ କରାଏ ଉତ୍ତୀର୍ଣ୍ଣ।


ଯଶ କୀର୍ତ୍ତି କରି ଅର୍ଜନ

      ଇଚ୍ଛାକୁ କରୁ ପରିପୂର୍ଣ୍ଣ  

ମଧୁମୟ ଆମ ଜୀବନ

    ଆମେରେ ଅମୃତ ସନ୍ତାନ।

  



Rate this content
Log in

Similar oriya poem from Inspirational